ଭାରତୀୟ ସେନାର ହେଲିକପ୍ଟର କ୍ରାଶ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସ୍ଥଳସେନାରେ ବହୁତ ବଡ଼ ଅଘଟଣ ଘଟିଛି। ଆଜି ସନ୍ଧ୍ୟାରେ ସ୍ଥଳସେନାର ଗୋଟିଏ ହେଲିକପ୍ଟର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଏଥିଯୋଗୁ ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଦୁଇ ଜଣ ପାଇଲଟଙ୍କୁ ନେଇ ଏଚଏଏଲ ଦ୍ୱାରା ପ୍ରସ୍ତୁତ ଦ୍ରୁବ ହେଲିକପ୍ଟର ଉଡ଼ାଣ ଭରିଥିଲା। ତେବେ କଠୁଆର ଲକ୍ଷଣପୁର […]

fs

fs

Hemant Lenka
  • Published: Monday, 25 January 2021
  • Updated: 25 January 2021, 08:23 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସ୍ଥଳସେନାରେ ବହୁତ ବଡ଼ ଅଘଟଣ ଘଟିଛି। ଆଜି ସନ୍ଧ୍ୟାରେ ସ୍ଥଳସେନାର ଗୋଟିଏ ହେଲିକପ୍ଟର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଏଥିଯୋଗୁ ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଦୁଇ ଜଣ ପାଇଲଟଙ୍କୁ ନେଇ ଏଚଏଏଲ ଦ୍ୱାରା ପ୍ରସ୍ତୁତ ଦ୍ରୁବ ହେଲିକପ୍ଟର ଉଡ଼ାଣ ଭରିଥିଲା। ତେବେ କଠୁଆର ଲକ୍ଷଣପୁର ଠାରେ ହଠାତ୍‌ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଏହାର କିଛି ସେକେଣ୍ଡ ମଧ୍ୟରେ ଏହା ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଦୁଇ ପାଇଲଟଙ୍କୁ ଏହା ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପର୍କରେ ଏଯାଏ ଆଉ କିଛି ତଥ୍ୟ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos