ସୀମାରେ ବୁଲୁଥିବା ପାକିସ୍ତାନ ଡ୍ରୋନକୁ ଖସାଇଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଆର୍ମିର ଗୋଟିଏ ଡ୍ରୋନକୁ ଆଜି ଭାରତୀୟ ସୁରକ୍ଷାକର୍ମୀମାନେ ଗୁଳି କରି ଖସାଇ ଦେଇଛନ୍ତି। ଏହି ଡ୍ରୋନଟି କେରନ ସେକ୍ଟର ସ୍ଥିତ ଏଲଓସିରେ ବୁଲୁଥିବା ବେଳେ ଭାରତୀୟଙ୍କ ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲା। ଡ୍ରୋନଟିକୁ ଦେଖିବା କ୍ଷଣି ଯବାନମାନେ ଏହାକୁ ଗୁଳି କା ଖସାଇ ଦେଇଥିଲେ। ଏହି ପାକିସ୍ତାନ ଡ୍ରୋନଟି ଚାଇନାର ଡିଜେଆଇ ମାଭିକ ୨ ଦ୍ୱାରା ତିଆରି କରାଯାଇଛି। ଆଜି ସକାଳ ୮ଟାରେ ଡ୍ରୋନଟି ଭାରତୀୟ ସୀମାରେ ବୁଲୁଥିବା ବେଳେ ଏହାକୁ ଖସାଇ ଦିଆଯାଇଛି। ସୂତ୍ର […]

g

g

Hemant Lenka
  • Published: Saturday, 24 October 2020
  • Updated: 24 October 2020, 05:09 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଆର୍ମିର ଗୋଟିଏ ଡ୍ରୋନକୁ ଆଜି ଭାରତୀୟ ସୁରକ୍ଷାକର୍ମୀମାନେ ଗୁଳି କରି ଖସାଇ ଦେଇଛନ୍ତି। ଏହି ଡ୍ରୋନଟି କେରନ ସେକ୍ଟର ସ୍ଥିତ ଏଲଓସିରେ ବୁଲୁଥିବା ବେଳେ ଭାରତୀୟଙ୍କ ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲା। ଡ୍ରୋନଟିକୁ ଦେଖିବା କ୍ଷଣି ଯବାନମାନେ ଏହାକୁ ଗୁଳି କା ଖସାଇ ଦେଇଥିଲେ।

ଏହି ପାକିସ୍ତାନ ଡ୍ରୋନଟି ଚାଇନାର ଡିଜେଆଇ ମାଭିକ ୨ ଦ୍ୱାରା ତିଆରି କରାଯାଇଛି। ଆଜି ସକାଳ ୮ଟାରେ ଡ୍ରୋନଟି ଭାରତୀୟ ସୀମାରେ ବୁଲୁଥିବା ବେଳେ ଏହାକୁ ଖସାଇ ଦିଆଯାଇଛି।

ସୂତ୍ର ଅନୁସାରେ, ପାକିସ୍ତାନ ଆର୍ମି ଆତଙ୍କବାଦୀ ଓ ବର୍ଡର ଆକ୍ସନ ଟିମ୍‌କୁ ଭାରତରେ ଅନୁପ୍ରବେଶ କରିବାକୁ ଚାହୁଁଛି। ଏହି କାରଣରୁ ଭାରତୀୟ ସୁରକ୍ଷାକର୍ମୀଙ୍କ ଅବସ୍ଥିତି ଜାଣିବା ପାଇଁ ଏଭଳି ଡ୍ରୋନର ବ୍ୟବହାର କରୁଥିଲା। ହେଲେ ଭାରତୀୟ ସୁରକ୍ଷାକର୍ମୀ ଏହାକୁ ଗୁଳି କରି ପାକିସ୍ତାନର ସବୁ ଯୋଜନାକୁ ପଣ୍ଡ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos