ସରକାରୀ କର୍ମଚାରୀ ଭାବି ଭାରତୀୟ ଇଂଜିନିୟରଙ୍କୁ ଅପହରଣ କରିନେଇଛନ୍ତି ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅପହୃତ ହୋଇଥିବା ଭାରତୀୟ ଇଂଜିନିୟରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ଆଫଗାନିସ୍ତାନର ସରକାରୀ ଅଧିକାରୀ ଓ ସେନା ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି। ତାଲିବାନ ଆତଙ୍କବାଦୀଙ୍କ ସହିତ ଆଲୋଚନା କରିବାକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ସାହାଯ୍ୟ ନିଆଯାଉଛି। ଅପହରଣ ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଅପହରଣକାରୀ ମାନେ ସରକାରୀ କର୍ମଚାରୀ ମନେ କରି ଭାରତୀୟ ଇଂଜିନିୟରମାନଙ୍କୁ ଅପହରଣ କରିଥିବା ଜଣାପଡିଛି। ଗତକାଲି ଇଂଜିନିୟରମାନେ ଏକ […]

afghanistan

afghanistan

Rakesh Mallick
  • Published: Monday, 07 May 2018
  • Updated: 07 May 2018, 08:00 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅପହୃତ ହୋଇଥିବା ଭାରତୀୟ ଇଂଜିନିୟରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ଆଫଗାନିସ୍ତାନର ସରକାରୀ ଅଧିକାରୀ ଓ ସେନା ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି। ତାଲିବାନ ଆତଙ୍କବାଦୀଙ୍କ ସହିତ ଆଲୋଚନା କରିବାକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ସାହାଯ୍ୟ ନିଆଯାଉଛି। ଅପହରଣ ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଅପହରଣକାରୀ ମାନେ ସରକାରୀ କର୍ମଚାରୀ ମନେ କରି ଭାରତୀୟ ଇଂଜିନିୟରମାନଙ୍କୁ ଅପହରଣ କରିଥିବା ଜଣାପଡିଛି। ଗତକାଲି ଇଂଜିନିୟରମାନେ ଏକ ମିନିବସ୍‌ରେ ଯାଉଥିବା ବେଳେ ବାଘଲାନ୍ ଅଂଚଳରେ କିଛି ବନ୍ଧୁକଧାରୀ ସେମାନଙ୍କୁ ଅପହରଣ କରି ନେଇଥିଲେ। ସେମାନେ ତାଲିବାନ ଆତଙ୍କବାଦୀ ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଭାରତୀୟ ଇଂଜିନିୟରମାନେ ଆଫଗାନିସ୍ତାନର ଏକ ପାୱାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos