କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ବିବାଦରେ ପରିଣତ କରା ନ ଯାଉ: ଜୟଶଙ୍କର

ବେଜିଂ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କୁ ସାକ୍ଷାତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ୩ ଦିନିଆ ଚାଇନା ଗସ୍ତରେ ଯାଇଥିବା ଶ୍ରୀ ଜୟଶଙ୍କର ଏହି ସମୟରେ କୌଣସି ଦ୍ୱିପାକ୍ଷିକ ମତଭେଦକୁ ଅନ୍ତର୍ଜାତୀୟ ବିବାଦରେ ପରିଣତ ନ କରାଯାଉ ବୋଲି ବେଜିଂକୁ ପରାମର୍ଶ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଉପରେ ଚାଇନା ନଜର ରଖିଛି। ଖାଲି […]

j

j

Hemant Lenka
  • Published: Monday, 12 August 2019
  • Updated: 12 August 2019, 03:18 PM IST

Sports

Latest News

ବେଜିଂ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କୁ ସାକ୍ଷାତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

୩ ଦିନିଆ ଚାଇନା ଗସ୍ତରେ ଯାଇଥିବା ଶ୍ରୀ ଜୟଶଙ୍କର ଏହି ସମୟରେ କୌଣସି ଦ୍ୱିପାକ୍ଷିକ ମତଭେଦକୁ ଅନ୍ତର୍ଜାତୀୟ ବିବାଦରେ ପରିଣତ ନ କରାଯାଉ ବୋଲି ବେଜିଂକୁ ପରାମର୍ଶ ଦେଇଛନ୍ତି। କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଉପରେ ଚାଇନା ନଜର ରଖିଛି।

ଖାଲି ସେତିକି ନୁହେଁ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁ ବୋଲି ଚାଇନା ପକ୍ଷରୁ ଏସ୍‌ ଜୟଶଙ୍କରଙ୍କୁ କୁହାଯାଇଛି।

ଗସ୍ତ ସମୟରେ ଏସ୍‌ ଜୟଶଙ୍କର ଚାଇନାର ଉସଭାପତି ତଥା ରାଷ୍ଟ୍ରପତି ସି ଜିନପିଙ୍ଗର ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ୱାଙ୍ଗ କ୍ୟୁଶାନଙ୍କୁ ମଧ୍ୟ ଭେଟିଛନ୍ତି। ଏହାପରେ ସେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଅଗଷ୍ଟ ୯ରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୂରେଶୀ ଚାଇନା ଗସ୍ତ କରିଥିଲେ।

ଏହି ସମୟରେ ସେ ଭାରତ ବିରୋଧରେ ଚାଇନାକୁ ଉସ୍‌କାଇଥିଲେ ଏବଂ ଭାରତକୁ କାଉଣ୍ଟର କରିବା ପାଇଁ ଚାଇନାର ସହଯୋଗ ଲୋଡ଼ିଥିଲେ। ହେଲେ ଚାଇନା ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ନଥିବା ତାଙ୍କୁ ରୋକଠୋକ ଶୁଣାଇ ଦେଇଥିଲା। ଅନ୍ୟପକ୍ଷେ ଚାଇନା ଉଭୟ ଭାରତ ଓ ପାକିସ୍ତାନକୁ ଶାନ୍ତି ସ୍ଥାପନ ପାଇଁ ପରାମର୍ଶ ଦେଇଥିଲା।

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ବେଳେ ଏସ୍‌ ଜୟଶଙ୍କର କହିଥିଲେ, “ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହି ସମ୍ପର୍କ ଆଗକୁ ମଧ୍ୟ ଶକ୍ତିଶାଳୀ ହେବା ଦରକାର। ଆମ ଭିତରେ ଯଦି କୌଣସି ମତଭେଦ ସୃଷ୍ଟି ହୁଏ, ତା’ହେଲେ ଏହା ଅନ୍ତର୍ଜାତୀୟ ବିବାଦରେ ପରିଣତ ହେବା ଠିକ୍‌ ନୁହେଁ।

ଗତବର୍ଷ ହ୍ୱାନ ଠାରେ ଆମ ଦେଶର ଦୁଇ ମୁଖ୍ୟ ପରସ୍ପର ସହ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱର ସହ ଆଲୋଚନା କରିଥିଲେ। ସେବେଠାରୁ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଶକ୍ତିଶାଳୀ ହୋଇଛି। ଆଗକୁ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହେବା ଅନୁଚିତ।”

ଗତବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ହ୍ୱାନ ଠାରେ ଆଲୋଚନା କରିଥିବାରୁ ଜୟଶଙ୍କର ଦ୍ୱିପାକ୍ଷିକ ଆଲୋଚନା ବେଳେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story