ଗଲୱାନ ସଂଘର୍ଷ: ଚାଞ୍ଚଲ୍ୟକର ଖୁଲାସା କଲେ ସହିଦଙ୍କ ପରିବାର ଲୋକ

ନୂଆଦିଲ୍ଲୀ: ଚାଇନା ସହ ଗଲୱାନ ଉପତ୍ୟକାରେ ଘଟିଥିବା ସଂଘର୍ଷ ବେଳେ ଭାରତୀୟ ଯବାନମାନେ ବିନା ଅସ୍ତ୍ରଶସ୍ତ୍ରରେ ଥିଲେ। ଚାଇନିଜ୍‌ ଯବାନ ସେମାନଙ୍କୁ ଅଚାନକ ଘେରାଉ କରି ମରଣାତ୍ମକ ଆକ୍ରମଣ କରିଥିଲେ। ସେଠାରେ ମୁତୟନ ଥିବା ଦୁଇ ଜଣ ଯବାନ ଓ ସହିଦଙ୍କ ପରିବାର ଲୋକ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଜଣେ ସହିଦ ଯବାନଙ୍କ ବାପା କହିଛନ୍ତି, ଅନ୍ଧାର ରାତିରେ ଚାଇନିଜ୍‌ ଯବାନମାନେ ଧାରୁଆ ଅସ୍ତ୍ରଶସ୍ତ୍ରରେ ମୋ ପୁଅର ବେକ କାଟି ଦେଇଥିବା ସେଠାରେ ମୁତୟନ ଥିବା […]

t

t

Hemant Lenka
  • Published: Monday, 06 July 2020
  • Updated: 06 July 2020, 12:51 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସହ ଗଲୱାନ ଉପତ୍ୟକାରେ ଘଟିଥିବା ସଂଘର୍ଷ ବେଳେ ଭାରତୀୟ ଯବାନମାନେ ବିନା ଅସ୍ତ୍ରଶସ୍ତ୍ରରେ ଥିଲେ। ଚାଇନିଜ୍‌ ଯବାନ ସେମାନଙ୍କୁ ଅଚାନକ ଘେରାଉ କରି ମରଣାତ୍ମକ ଆକ୍ରମଣ କରିଥିଲେ। ସେଠାରେ ମୁତୟନ ଥିବା ଦୁଇ ଜଣ ଯବାନ ଓ ସହିଦଙ୍କ ପରିବାର ଲୋକ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ଜଣେ ସହିଦ ଯବାନଙ୍କ ବାପା କହିଛନ୍ତି, ଅନ୍ଧାର ରାତିରେ ଚାଇନିଜ୍‌ ଯବାନମାନେ ଧାରୁଆ ଅସ୍ତ୍ରଶସ୍ତ୍ରରେ ମୋ ପୁଅର ବେକ କାଟି ଦେଇଥିବା ସେଠାରେ ମୁତୟନ ଥିବା ମୋ ପୁଅର ବନ୍ଧୁ ମୋତେ କହିଛନ୍ତି। ସେହିପରି ଆଉ କିଛି ଯବାନ ଗଲୱାନ ନଦୀର ଥଣ୍ଡା ପାଣିରେ ପଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀମାନେ ଯବାନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଛନ୍ତି।

ଜୁନ୍‌ ୧୫ରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସମସ୍ତ ସହିଦ ଯବାନ ୧୬ ବିହାର ରେଜିମେଣ୍ଟର ସଦସ୍ୟ ରହିଥିଲେ। ସଂଘର୍ଷ ବେଳେ କୌଣସି ଗୁଳି ଚାଲି ନଥିଲା। ହେଲେ ମାରପିଟ୍‌ରେ ଏତେ ସଂଖ୍ୟକ ଯବାନ ସହିଦ ହୋଇଥିଲେ।

ରୟଟର୍ସ ପକ୍ଷରୁ ୬ ଘଣ୍ଟା ଧରି ହୋଇଥିବା ଭୟଙ୍କର ସଂଘର୍ଷରେ ସହିଦ ହୋଇଥିବା ୧୩ ଜଣ ଯବାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଏହି ସମୟରେ ୫ ଜଣ ସହିଦଙ୍କ ପରିବାର ଲୋକ ରୟଟର୍ସ ଆଗରେ ଉପସ୍ଥାପନ କରିଥିବା ମୃତ୍ୟୁ ପ୍ରମାଣପତ୍ର ଅତ୍ୟନ୍ତ ଭୟଙ୍କର ରହିଥିଲା। ଏପରି କି ରୟଟର୍ସ ପକ୍ଷରୁ ମୃତଦେହ ସମ୍ପର୍କରେ ମିଲିଟାରୀ ହସ୍ପିଟାଲ ସହ ଯୋଗାଯୋଗ କରାଯାଇଥିଲା। ହେଲେ ହସ୍ପିଟାଲ ପକ୍ଷରୁ ଉକ୍ତ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ରୟଟର୍ସ ମଧ୍ୟ ବିହାର ରେଜିମେଣ୍ଟର ଆଉ ଦୁଇ ଜଣ ଯବାନଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା।

ଯବାନ ଦ୍ୱୟ ନିଜ ନାଁ ସେନା ବାହିନୀର ନିୟମ ଅନୁସାରେ ସାର୍ବଜନୀନ କରିନାହାନ୍ତି। ରୟଟର୍ସ ଦେଖିଥିବା ପ୍ରମାଣପତ୍ର ଅନୁଯାୟୀ, ୩ ଜଣ ଯବାନଙ୍କ ବେକ୍‌କୁ ଧାରୁଆ ଅସ୍ତ୍ରରେ କଟାଯାଇ ହତ୍ୟା କରାଯାଇଛି। ସେହିପରି ୨ ଜଣ ଯବାନଙ୍କ ମୁଣ୍ଡରେ ଲୁହାରେ ଆକ୍ରମଣର କରିବାର ଚିହ୍ନ ରହିଛି। ସମସ୍ତ ୫ ପ୍ରମାଣପତ୍ରରେ ବେକ୍‌ ଓ ମୁଣ୍ଡରେ ଆଘାତ ଲାଗିଥିବା କଥା କୁହାଯାଇଛି।

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହ ପ୍ରଥମେ ଗଲୱାନ ଉପତ୍ୟକାରେ ପହଞ୍ଚି ଚାଇନା ଟେଣ୍ଟକୁ ହଟାଇବାକୁ ଚେଷ୍ଟା କରି ସହିଦ ହୋଇଥିବା ଦୁଇ ଜଣ ଯବାନଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟ କହିଛନ୍ତି ଯେ ଘଟଣା ଦିନ ଭାରତୀୟ ଯବାନମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ସେମାନଙ୍କୁ ଚାଇନାର କିଛି ଯବାନମାନେ ଘେରି ଯାଇଥିଲେ।

ସେଠାରେ ଚାଇନାର କିଛି ଟେଣ୍ଟ ସହ ଛୋଟ ନୀରିକ୍ଷଣ ଟାୱାର ରହିଥିଲା। ଏହାକୁ ନେଇ ଭାରତୀୟ ଯବାନଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ବିପୁଳ ସଂଖ୍ୟାରେ ଚାଇନିଜ୍‌ ସୈନ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ। ଅସ୍ତ୍ରଶସ୍ତ୍ର ନଥିବାରୁ ସେମାନେ ଅନ୍ଧାରରେ ଲୁଚିବାକୁ ଚେଷ୍ଟା କରିଥିଲେ। ହେଲେ ସେଠାରେ ଲୁଚିବା ପାଇଁ କିଛି ନଥିବାରୁ ଚାଇନିଜ୍‌ ଯବାନମାନେ ଧାରୁଆ ଅସ୍ତ୍ର ଓ ପଥର ମାଡ଼ କରିଥିଲେ।

ନଦୀ କୂଳରେ ଠେଲାପେଲା ହେବାରୁ କିଛି ଯବାନ ଏହା ମଧ୍ୟକୁ ଖସି ପଡ଼ିଥିଲା। ପାଣି ଅଧିକ ଥଣ୍ଡା ଥିବାରୁ ସେଠାରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। କିଛି ଯବାନଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ନିମୋନିଆରେ ସେମାନଙ୍କ ମୃତ୍ୟୁ ଘଟିଥିବା ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos