ଆମେରିକା ହ୍ରଦର ୯୦ ଫୁଟ ତଳୁ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ

ୱାଶିଂଟନ୍‌: ଆମେରିକାରେ ରହି ପାଠ ପଢ଼ୁଥିବା ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ର ଓରେଗନଠାରେ ଥିବା ଏକ ହ୍ରଦରେ ବୁଡ଼ି ପ୍ରାଣ ହରାଇଛନ୍ତି। ତାଙ୍କ ମୃତଦେହକୁ ହ୍ରଦର ୯୦ ଫୁଟ ତଳେ ଥିବା ପଥର ଚଟାଣରୁ ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶର ବିଶାଖାପଟନମର ମୂଳବାସିନ୍ଦା ସୁମେଧ ମାନ୍ନର ଓରେଗନ ବିଶ୍ୱବିଦ୍ୟାଳୟରେ ରବୋଟିକ୍‌ ସାଇନ୍ସରେ ଏମ୍‌ଏସ୍‌ କରୁଥିଲେ। ରବିବାର ସ୍ଥାନୀୟ ସମୟ ୪.୪୦ରେ ସୁମେଧ ହ୍ରଦରେ ପହଁରିବା ପାଇଁ ଡେଇଁଥିଲେ। ଏହାର କିଛି ସମୟରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। […]

aw

aw

Hemant Lenka
  • Published: Wednesday, 21 August 2019
  • Updated: 21 August 2019, 05:38 PM IST

Sports

Latest News

ୱାଶିଂଟନ୍‌: ଆମେରିକାରେ ରହି ପାଠ ପଢ଼ୁଥିବା ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ର ଓରେଗନଠାରେ ଥିବା ଏକ ହ୍ରଦରେ ବୁଡ଼ି ପ୍ରାଣ ହରାଇଛନ୍ତି। ତାଙ୍କ ମୃତଦେହକୁ ହ୍ରଦର ୯୦ ଫୁଟ ତଳେ ଥିବା ପଥର ଚଟାଣରୁ ଉଦ୍ଧାର କରାଯାଇଛି।

ଆନ୍ଧ୍ରପ୍ରଦେଶର ବିଶାଖାପଟନମର ମୂଳବାସିନ୍ଦା ସୁମେଧ ମାନ୍ନର ଓରେଗନ ବିଶ୍ୱବିଦ୍ୟାଳୟରେ ରବୋଟିକ୍‌ ସାଇନ୍ସରେ ଏମ୍‌ଏସ୍‌ କରୁଥିଲେ। ରବିବାର ସ୍ଥାନୀୟ ସମୟ ୪.୪୦ରେ ସୁମେଧ ହ୍ରଦରେ ପହଁରିବା ପାଇଁ ଡେଇଁଥିଲେ। ଏହାର କିଛି ସମୟରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ।

ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହକୁ ୯୦ ଫୁଟ ତଳୁ ଉଦ୍ଧାର କରାଯାଇଥିଲା। ତେବେ ସେ କେମିତି ବୁଡ଼ିଗଲେ, ସେକଥା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos