ଦୁବାଇରେ ଭାରତୀୟ ନାବାଳିକାଙ୍କୁ କରୋନା, ସ୍ୱିଜରଲ୍ୟାଣ୍ଡରେ ଗଲା ପ୍ରଥମ ମୁଣ୍ଡ

ଦୁବାଇ: ଦେଶ ବାହାରେ ପୁଣି ଜଣେ ଭାରତୀୟ ଘାତକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଦୁବାଇରେ ଥିବା ଜଣେ ୧୬ ବର୍ଷୀୟ ଝିଅ କରୋନାରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହାକୁ ମିଶାଇ ୟୁଏଇରେ ଏଯାଏ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି।

ୟୁଏଇର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ବୁଧବାର ଜଣେ ଭାରତୀୟ ନାବାଳିକାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଝିଅ ଜଣଙ୍କ ଦୁବାଇରେ ଥିବା ଭାରତୀୟ ସ୍କୁଲରେ ପଢ଼ୁଥିଲେ।

ଝିଅଙ୍କ ବାପା ନିକଟରେ ବିଦେଶ ଗସ୍ତ କରିଥିଲେ। ସେଠାରୁ ସେ କରୋନାରେ ସଂକ୍ରମଣ ହୋଇ ଦୁବାଇ ଫେରିଥିଲେ। ତାଙ୍କ ସହ ରହୁଥିବା ଝିଅଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଝିଅଟିର କାଶ ଓ ଥଣ୍ଡା ଲାଗି ରହିବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ କରୋନାରେ ଭାଇରସରେ ପୀଡ଼ିତ ଥିବା ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ କରୋନା ସ୍ୱଜରଲ୍ୟାଣ୍ଡରେ ପ୍ରଥମ ମୁଣ୍ଡ ନେଇଛି। ଜଣେ ୭୪ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।