ଚାଇନା ସୀମାନ୍ତରେ ଏୟାର ଡିଫେନ୍ସ ମିସାଇଲ ସହ ଯବାନ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଥମିବାର ନାଁ ଧରୁନି। ବିବାଦର ସମାଧାନ ପାଇଁ ଘନଘନ ବୈଠକ ବସୁଥିଲେ ହେଁ ଏଯାଏ କୌଣସି ସୁଫଳ ମିଳୁନାହିଁ। ବରଂ ସୀମାରେ ଚାଇନା ଗୁପ୍ତ ଭାବେ ତା’ର କାର୍ଯ୍ୟକଳାପ ଆଗକୁ ବଢ଼ାଇବାରେ ଲାଗିଛି। ଏହାକୁ ଚେକ୍‌ ଦେବା ପାଇଁ ଆଜି ଭାରତ ପକ୍ଷରୁ ଚାଇନା ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରାଯାଇଛି। ଏହା ସହ ସେମାନଙ୍କୁ କାନ୍ଧ ଉପରେ ରଖି ଶତ୍ରୁପକ୍ଷକୁ ମାତ ଦେଇ ପାରୁଥିବା […]

fs

fs

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 03:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଥମିବାର ନାଁ ଧରୁନି। ବିବାଦର ସମାଧାନ ପାଇଁ ଘନଘନ ବୈଠକ ବସୁଥିଲେ ହେଁ ଏଯାଏ କୌଣସି ସୁଫଳ ମିଳୁନାହିଁ। ବରଂ ସୀମାରେ ଚାଇନା ଗୁପ୍ତ ଭାବେ ତା’ର କାର୍ଯ୍ୟକଳାପ ଆଗକୁ ବଢ଼ାଇବାରେ ଲାଗିଛି। ଏହାକୁ ଚେକ୍‌ ଦେବା ପାଇଁ ଆଜି ଭାରତ ପକ୍ଷରୁ ଚାଇନା ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରାଯାଇଛି। ଏହା ସହ ସେମାନଙ୍କୁ କାନ୍ଧ ଉପରେ ରଖି ଶତ୍ରୁପକ୍ଷକୁ ମାତ ଦେଇ ପାରୁଥିବା ଏୟାର ଡିଫେନ୍ସ ମିସାଇଲ ମଧ୍ୟ ଯୋଗାଇ ଦିଆଯାଇଛି।

ଇଷ୍ଟର୍ଣ୍ଣ ଲଦାଖ ସୀମାରେ ଚାଇନାର ଏକାଧିକ ହେଲିକପ୍ଟ ଉଡ଼ୁଥିବା ଦେଖିବାକୁ ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ଉଚ୍ଛ ସ୍ଥାନ ଗୁଡ଼ିକରେ ମିସାଇଲ ସହ ଯବାନଙ୍କୁ ମତୁୟନ କରାଯାଇଛି। ସୂତ୍ର ଅନୁସାରେ, ଚାଇନା ସେନା ବାରମ୍ବାର ହେଲିକପ୍ଟର ଦ୍ୱାରା ଭାରତୀୟ ଆକାଶ ସୀମାକୁ ଉଲ୍ଲଙ୍ଘନ କରିବାର ଆଶଙ୍କା ପ୍ରକାଶ ପାଇଛି।

କାରଣ ଚାଇନା ପକ୍ଷରୁ ବାରମ୍ବାର ସୀମାନ୍ତ ଅଞ୍ଚଳରେ ହେଲିକପ୍ଟରମାନ ଉଡ଼ା ଯାଉଛି। ଏହି ବିପଦକୁ ଦୃଷ୍ଟିରେ ରଖି ଓ ଶତ୍ରୁ ପକ୍ଷରୁ ସବୁ ହରକତକୁ ମାତ ଦେବା ପାଇଁ ରୁଷ ନିର୍ମିତ Igla ଏୟାର ଡିଫେନ୍ସ ମିସାଇଲ ଓ ଯବାନମାନଙ୍କୁ ନିୟୋଜିତ କରାଯାଇଛି। ସୀମା ଉଲ୍ଲଙ୍ଘନ କଲେ ଶତ୍ରୁ ପକ୍ଷର ହେଲିକପ୍ଟରକୁ ଏହି ମିସାଇଲ ଉଡ଼ାଇବାରେ ସକ୍ଷମ।

ରୁଷର ଏହି ମିସାଇଲକୁ ଉଭୟ ସ୍ଥଳ ସେନା ଓ ବାୟୁ ସେନା ବ୍ୟବହାର କରୁଛନ୍ତି। ଶତ୍ରୁ ପକ୍ଷର ହେଲିକପ୍ଟର ଓ ବିମାନକୁ ଖସାଇବା ପାଇଁ ଏହା ବେଶ ଫଳପ୍ରଦ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos