ଭାରତର ପ୍ରଥମ ଅସ୍କାର ବିଜେତା ଭାନୁ ଆଥେୟାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତ ପାଇଁ ପ୍ରଥମଥର ଅସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର୍‌ ଭାନୁ ଆଥେୟା  ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ତାଙ୍କ ଘରେ ଚିକିତ୍ସିତ ହେଉଥିଲେ। ଭାନୁଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ରାଧିକା ଗୁପ୍ତା ସୂଚନା ଦେଇଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡିଠାରେ କରାଯାଇଛି। ‘ସ୍ଲମ୍‌ଡଗ୍‌ ମିଲିୟନାର’ ଫିଲ୍ମର ୨୬ ବର୍ଷ ପୂର୍ବରୁ ଭାରତକୁ ପ୍ରଥମଥର […]

fds

fds

Hemant Lenka
  • Published: Thursday, 15 October 2020
  • Updated: 15 October 2020, 09:38 PM IST

ନୂଆଦିଲ୍ଲୀ: ଭାରତ ପାଇଁ ପ୍ରଥମଥର ଅସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର୍‌ ଭାନୁ ଆଥେୟା  ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ତାଙ୍କ ଘରେ ଚିକିତ୍ସିତ ହେଉଥିଲେ। ଭାନୁଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ରାଧିକା ଗୁପ୍ତା ସୂଚନା ଦେଇଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡିଠାରେ କରାଯାଇଛି।

'ସ୍ଲମ୍‌ଡଗ୍‌ ମିଲିୟନାର' ଫିଲ୍ମର ୨୬ ବର୍ଷ ପୂର୍ବରୁ ଭାରତକୁ ପ୍ରଥମଥର ପାଇଁ ଅସ୍କାର ସଫଳତା ମିଳିଥିଲା। କଷ୍ଟ୍ୟୁମ ଡିଜାଇନର୍‌ ଭାନୁ ଆଥେୟା ପ୍ରଥମ ଭାରତୀୟ ମହିଳା ଯିଏ ୧୯୮୨ ମସିହାରେ 'ଗାନ୍ଧି' ଫିଲ୍ମ ପାଇଁ ଅସ୍କାର ଆୱାର୍ଡ ପାଇଥିଲେ। ଭାନୁ ଅସ୍କାର ପାଇବା ଭାରତ ପାଇଁ ଏକ ଗର୍ବର ବିଷୟ ଥିଲା।

ତାଙ୍କ ଝିଅ ରାଧିକା କହିଛନ୍ତି, ଆଜି ସକାଳୁ ଭାନୁଙ୍କ ଦେହାନ୍ତ ହୋଇଛି। ୮ ବର୍ଷ ତଳେ ତାଙ୍କ ମୁଣ୍ଡରେ ଥିବା ଟ୍ୟୁମରର ଅପରେସନ କରାଯାଇଥିଲା। ୩ ବର୍ଷ ହେଲା ତାଙ୍କର ଗୋଟିଏ ପଟ ଅଚଳ ହୋଇଯାଇଥିବା ସେ ବେଡ୍‌ରେ ହିଁ ପଡ଼ି ରହୁଥିଲେ ବୋଲି ସେ କହିଛନ୍ତି। କୋହ୍ଲାପୁରରେ ଜନ୍ମ ଗ୍ରହଣ କରିଥିବା ଭାନୁ ୧୯୫୬ ମସିହାରେ ଗୁରୁ ଦତ୍ତଙ୍କ ସିନେମା ସିଆଇଡିରେ କଷ୍ଟ୍ୟୁମ ଡିଜାଇନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ୫ ଦଶନ୍ଧି ଓ ୧୦୦ରୁ ଅଧିକ ଫିଲ୍ମରେ କାମ କରିଥିବା ଭାନୁ ୨ଥର ଜାତୀୟ ପୁରସ୍କାର ପାଇଛନ୍ତି।

ଆସନ୍ତୁ ଜାଣିବା ପ୍ରଥମ ଅସ୍କାର ବିଜେତା ଭାନୁ ଆଥେୟାଙ୍କ ବିଷୟରେ କିଛି କଥା

୧. ମହାରାଷ୍ଟ୍ରର କୋହ୍ଲାପୁରରେ ୨୮ ଏପ୍ରିଲ୍‌ ୧୯୨୯ ମସିହାରେ ଭାନୁଙ୍କର ଜନ୍ମ ହୋଇଥିଲା। ତାଙ୍କର ପୂରା ନାମ ଥିଲା ଭାନୁମତୀ ଆନ୍ନାସାହେବ ରାଜୋପାଧ୍ୟାୟ। ଭାନୁଙ୍କର ବାପା ଆନ୍ନାସାହେବ ପେସାରେ ଜଣେ ଚିତ୍ରକର ଥିଲେ।

୨. ବାପା ଜଣେ ଚିତ୍ରକର ଥିବା ଯୋଗୁ ଭାନୁଙ୍କର ରକ୍ତରେ ସେହି କଳା ରହିଥିଲା। ପିଲାଦିନରୁ ଏହି କଳା ଭାନୁଙ୍କ ପାଖରେ ଦେଖିବାକୁ ମିଳିଥିଲା। ସ୍କୁଲ୍‌ ସରିବା ପରେ ପରେ ସେ ମୁମ୍ୱାଇ ‘ସାର୍‌ ଜେଜେ ସ୍କୁଲ ଅଫ୍‌ ଆର୍ଟ’ରେ ଗୋଲ୍ଡ ମେଡାଲ୍‌ ସହିତ ନିଜର ଗ୍ରାଜୁଏସନ୍‌ ଶେଷ କରିଥିଲେ।

୩. ଏହାର କିଛି ଦିନ ପରେ ଭାନୁ ଫ୍ୟାଶନ୍‌ ଫ୍ରିଲାନ୍ସର ଭାବରେ ମୁମ୍ୱାଇର ପପୁଲାର ମାଗାଜିନ୍‌ ‘ଇଭସ୍‌ ୱିକଲି’ ଏବଂ ଅନ୍ୟାନ୍ୟ ମାଗାଜିନ୍‌ ପାଇଁ କାମ ଆରମ୍ଭ କରିଥିଲେ।

୪. ଭାନୁଙ୍କର ନିଖୁଣ ଡିଜାଇନ୍‌ ଦେଖି ମାଗାଜିନ୍‌ ସମ୍ପାଦକ ତାଙ୍କୁ ନିଜର ବୁଟିକ୍ ଖୋଲି କପଡ଼ା ଡିଜାଇନ୍‌ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ହିଁ ଭାନୁଙ୍କର ପୋଷାକ ଡିଜାଇନ୍‌ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଲା। ଏପରିକି ମୁମ୍ୱାଇର ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ତାଙ୍କ ପାଖକୁ ଆସି ପୋଷାକ ଡିଜାଇନ୍‌ କରିବା ପାଇଁ ଆସିଲେ।

୫. ଏଥିରେ ଉତ୍ସାହିତ ହୋଇ ଭାନୁ ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୫୬ ମସିହାରେ ଗୁରୁ ଦତ୍ତଙ୍କ ପିଲ୍ମ ‘ସି.ଆଇ.ଡି’ରେ ଆକ୍ଟରମାନଙ୍କ ପାଇଁ ଭାନୁ କଷ୍ଟ୍ୟୁମ୍‌ ଡିଜାଇନ୍‌ କରିଥିଲେ। ଏହାପରେ ‘ପ୍ୟାସା’, ‘ଚୌଦଭିଂ କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ’ ଫିଲ୍ମ ପାଇଁ ମଧ୍ୟ ଭାନୁ ଡିଜାଇନର୍‌ ଭାବେ କାମ କରିଥିଲେ।

୬. ଧୀରେ ଧୀରେ ଭାନୁ ପ୍ରସ୍ତୁତ କରୁଥିବା ଡିଜାଇନର୍ ଡ୍ରେସର ଡିମାଣ୍ଡ ବଢ଼ିବାରେ ଲାଗିଲା ଏବଂ ମହାନ୍‌ ବାୟୋପିକ୍‌ ଫିଲ୍ମ ‘ଗାନ୍ଧି’ରେ ତାଙ୍କୁ କଷ୍ଟ୍ୟୁମ୍‌ ଡିଜାଇନ୍‌ କରିବାର ସୁଯୋଗ ମିଳିଥିଲା। ଏହି ଫିଲ୍ମରେ ଗାନ୍ଧିଙ୍କର ଡ୍ରେସ୍‌ ଡିଜାଇନ୍‌ କରିବା ପରେ ୧୯୮୩ ମସିହାରେ ଭାନୁ ବ୍ରିଟିଶ ଡିଜାଇନର ଜନ୍‌ ମୋଲୋଙ୍କ ସହିତ ଅସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

୭. ଆହୁରି ମଧ୍ୟ ଭାନୁ ୧୯୯୧ରେ ‘ଲେକିନ୍‌’ ଓ ‘ଲଗାନ୍‌: ୱାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ଇଣ୍ଡିଆ’(୨୦୦୧) ଫିଲ୍ମ ପାଇଁ କାମ କରି ଜଣେ ପ୍ରତିଭାଶାଳୀ ଡିଜାଇନର୍‌ ଭାବରେ ଦୁଇଟି ଜାତୀୟ ପୁରସ୍କାର ପାଇଥିଲେ। ୨୦୦୪ରେ ‘ସ୍ୱଦେଶ’ଫିଲ୍ମ ପାଇଁ ଭାନୁ ଶେଷଥର ପାଇଁ କଷ୍ଟୁମ୍‌ ଡିଜାଇନର୍‌ ଭାବରେ କାର୍ଯ୍ୟ କରିଥିଲେ।

ଲଗାନ୍‌ ଫିଲ୍‌ର ଏକ ଦୃଶ୍ୟ

୮. ୨୦୧୦ ମସିହାରେ ‘The Art of Costume Design’ ନାମରେ ଭାନୁ ଏକ ପୁସ୍ତକ ପ୍ରକାଶ କରିଥିଲେ। ଯେଉଁଥିରେ ସେ ଇଣ୍ଡିଆନ୍‌ ଫିଲ୍ମ କଷ୍ଟୁମ୍‌ ଏବଂ ୧୯୬୦ ଓ ୭୦ ଦଶକର ଫ୍ୟାଶନ୍‌ ଟ୍ରେଣ୍ଡ ବିଷୟରେ ଆଲୋକପାତ କରିଥିଲେ। ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତୀୟ ସିନେମାକୁ ଏକ ସର୍ବୋଚ୍ଚ ପ୍ରଶଂସନୀୟ ସ୍ତରରେ ପହଞ୍ଚାଇଥିବା ପ୍ରଥମ ମହିଳା ହେଉଛନ୍ତି ଭାନୁ ଆଥେୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story