ଜିଡିପି ଉପରେ କରୋନା ମାଡ଼: ରେକର୍ଡ ୨୩.୯% ତଳକୁ ଖସିଲା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଜାରି କଟକଣାର ସାଂଘାତିକ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏପ୍ରିଲରୁ ଜୁନ୍‌ ପ୍ରଥମ ତିନିମାସରେ ଦେଶର ଡିଜିପି ଐତିହାସିକ ୨୩.୯% ତଳକୁ ଖସି ଯାଇଛି। ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ୩୫.୩୫ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୦-୨୧ର ପ୍ରଥମ କ୍ୱାର୍ଟରରେ ୨୬.୯୦ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ୨୦୧୯-୨୦ ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ୫.୨% ବଢ଼ିଥିବା ବେଳେ ୨୦୨୦-୨୧ରେ ଏହା ୨୩.୯% ହ୍ରାସ ପାଇଛି। ବିଗତ ୪୦ ବର୍ଷରେ ଏହା ରେକର୍ଡ଼ ହ୍ରାସ।

ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ସର୍ବମୋଟ ୫% ଅଭିବୃଦ୍ଧି ଘଟିଥିଲା। ସେହିପରି ୨୦୧୯-୨୦ ୪ର୍ଥ କ୍ୱାର୍ଟରେ ଅଭିବୃଦ୍ଧି ହାର ୩.୧% ରହିଥିଲା।

ଚଳିତ ଆର୍ଥିକ ବର୍ଷର ଅର୍ଥନୀତି ଉପରେ କରୋନାର ସାଂଘାତିକ ପ୍ରଭାବ ପଡ଼ିଛି। ବିଶେଷ କରି ନିର୍ମାଣ କାମର ଅଭିବୃଦ୍ଧି ୫୦% ହ୍ରାସ ପାଇଥିବା ବେଳେ ହୋଟେଲ ଶିଳ୍ପର ଅଭିବୃଦ୍ଧି ୪୭% ହ୍ରାସ ପାଇଛି। ଉତ୍ପାଦନ ଶିଳ୍ପ ୩୯.୩% କମିଥିବା ବେଳେ ମାଇନିଂ ଅଭିବୃଦ୍ଧି ୨୩.୩% ହ୍ରାସ ପାଇଛି। କରୋନା କାଳ ମଧ୍ୟରେ କେବଳ କୃଷି କ୍ଷେତ୍ରର ଅଭିବୃଦ୍ଧି ହୋଇଛି। ଚଳିତ ବର୍ଷ ପ୍ରଥମ କ୍ୱାର୍ଟରରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୪% ବୃଦ୍ଧି ପାଇଛି।

ଏପ୍ରିଲ, ମେ’ ଓ ଜୁନ୍‌ ମାସର ଜିଡିପି ତଥ୍ୟ ଆଜି ସାର୍ବଜନୀନ କରାଯାଇଛି। ଏହି ସମୟରେ ଦେଶରେ କରୋନା ପାଇଁ ଲକଡାଉନ ଜାରି କରାଯାଇଥିଲା। କରୋନା ମାଡ଼ରେ ଭାରତର ଅର୍ଥନୀତି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବ୍ରିଟେନ ଓ ଆମେରିକାର ଜିଡିପି ଭାରତ ତୁଳନାରେ ଭଲ ରହିଛି।

ପ୍ରଥମ କ୍ୱାର୍ଟରରେ ବ୍ରିଟେନର ଅଭିବୃଦ୍ଧି ହାର ୨୦.୪% ହ୍ରାସ ପାଇଥିବା ବେଳେ ଆମେରିକାର ଜିଡିପି ୯.୫%, ଫ୍ରାନ୍ସରେ ୧୩.୮%, ଇଟାଲୀରେ ୧୨.୪%, କାନାଡାରେ ୧୨%, ଜର୍ମାନୀରେ ୧୦.୧% ଓ ଜାପାନରେ ଅଭିବୃଦ୍ଧି ହାର ୭.୬% ହ୍ରାସ ପାଇଛି। କରୋନାର ସୃଷ୍ଟି ହୋଇଥିବା ଚାଇନାରେ କିନ୍ତୁ ଅଭିବୃଦ୍ଧି ହାର ପ୍ରଥମ କ୍ୱାର୍ଟରରେ ୩.୪% ବୃଦ୍ଧି ପାଇଛି।

ଭାରତରେ ଶେଷ ଥର ପାଇଁ ୧୯୯୬ରେ ଜିଡିପି ଏତେ ପରିମାଣରେ ହ୍ରାସ ପାଇଥିଲା। ଏହାପରଠାରୁ କେବେ ହେଲେ ଅଭିବୃଦ୍ଧି ହାର ଏତେ କମ ନଥିଲା।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେଲାନି ପାକିସ୍ତାନ

ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଆଉ ୧୦ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ