ଡରାଇଲାଣି ବ୍ରିଟେନ ଭାଇରସ, ୭୧ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପ ଏବେ ଭାରତବାସୀଙ୍କୁ ଡରାଇବା ଆରମ୍ଭ କଲାଣି। କରୋନାର ଏହି ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ବ୍ରିଟେନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ରହିଥିବା ବେଳେ ଆଜି ଏହା ୭୧ରେ ପହଞ୍ଚି ଯାଇଛି। ବିଜ୍ଞାନ ଓ ପରିସଂଖ୍ୟକ ମନ୍ତ୍ରଣାଳୟର ବାୟୋଟେକ୍ନୋଲଜି ସଚିବ ରେଣୁ ସ୍ୱରୂପ କହିଛନ୍ତି, ଆଜି ସୁଦ୍ଧା ୭୧ ଜଣ ଭାରତୀୟଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନା […]

s

s

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 06:17 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପ ଏବେ ଭାରତବାସୀଙ୍କୁ ଡରାଇବା ଆରମ୍ଭ କଲାଣି। କରୋନାର ଏହି ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ବ୍ରିଟେନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ରହିଥିବା ବେଳେ ଆଜି ଏହା ୭୧ରେ ପହଞ୍ଚି ଯାଇଛି।

ବିଜ୍ଞାନ ଓ ପରିସଂଖ୍ୟକ ମନ୍ତ୍ରଣାଳୟର ବାୟୋଟେକ୍ନୋଲଜି ସଚିବ ରେଣୁ ସ୍ୱରୂପ କହିଛନ୍ତି, ଆଜି ସୁଦ୍ଧା ୭୧ ଜଣ ଭାରତୀୟଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନା ଭାଇରସର ଷ୍ଟ୍ରେନ ଠାବ ହୋଇଛି। ଏହି ନୂଆ ଭାଇରସର ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଠାରୁ ଆରମ୍ଭ କରି ସହ ଯାତ୍ରୀଙ୍କୁ ଟ୍ରାକ କରାଯାଉଛି।

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ନିୟମିତ ଭାବେ ରାଜ୍ୟ ସରକାରମାନଙ୍କୁ ସତର୍କ ସୂଚନା ଜାରି କରାଯାଉଛି। ସର୍ଭେଲାନ୍ସ, କଣ୍ଟେନମେଣ୍ଟ, ଟେଷ୍ଟିଂ ଓ INSACOG ଲ୍ୟାବକୁ ନମୁନା ପଠାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ବ୍ରିଟେରୁ ପ୍ରାୟ ୩୩ହଜାର ଯାତ୍ରୀ ଫେରିଛନ୍ତି। ଏଥିରେ ମୋଟ ୧୧୪ଜଣ କରୋନାରେ ପଜିଟିଭ୍ ବାହାରିଥିଲେ। ଏହାପରେ ସମସ୍ତଙ୍କର ନମୁନାକୁ ଅଧିକ ଯାଞ୍ଚ କରିବା ପାଇଁ ଲ୍ୟାବକୁ ପଠାଯାଇଥିଲା। ପରୀକ୍ଷା ପରେ ଏଯାଏ ୭୧ ଜଣ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ପୂର୍ବରୁ ଦେଖାଯାଇଥିବା ଭାଇରସ ତୁଳନାରେ ଅଧିକ ୫୬% ବେଗରେ ବ୍ୟାପିଥାଏ। ଯେଉଁକାରଣରୁ ଏହି ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।

କରୋନାର ଏହି ନୂଆ ଷ୍ଟ୍ରେନ ପ୍ରଥମେ ବ୍ରିଟେନରେ ଦେଖିବାକୁ ମିଳିଥିଲା। ଏହାପରେ ଏହା ୟୁରୋପର କିଛି ଦେଶ ସହ ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁରରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story