ଜଣଙ୍କ ପାଇଁ ବିମାନରେ ଏଣିକି ଦୁଇଟି ସିଟ୍‌

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ସବୁ ପ୍ରକାରର ବ୍ୟବସାୟ ମାନ୍ଦା ଅବସ୍ଥାରେ ଚାଲିଛି। କରୋନା ପାଇଁ ଜାରି ଲକଡାଉନର ପ୍ରଭାବ ଗମନାଗମନ ବ୍ୟବସ୍ଥା ଉପରେ ପଡ଼ିଛି। ଏଥିପାଇଁ ଗମନାଗମନ ଶିଳ୍ପର ଅନେକ କ୍ଷତି ହୋଇଛି। ଏହିପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଏୟାରଲାଇନସ୍ ଏକ ସ୍ୱତନ୍ତ୍ର ସ୍କିମ୍‌ ଲଞ୍ଚ କରିଛି।

ଏହି ସ୍କିମ୍ ଅନୁସାରେ ଜଣେ ଯାତ୍ରୀ ଗୋଟିଏ ସିଟ ବଦଳରେ ଦୁଇଟି ସିଟ ବୁକ କରିବେ। ସାମାଜିକ ଦୂରତା ପାଇଁ ଏଭଳି ନିୟମ କରାଯାଇଛି। ତେବେ ଅତିରିକ୍ତ ସିଟ ବୁକିଂର ମୂଲ୍ୟ ଧାର୍ଯ୍ୟ ବିମାନ ଟିକେଟ ମୂଲ୍ୟଠାରୁ ୨୫ ପ୍ରତିଶତ କମ ରହିଛି। ଏହି ସ୍କିମ୍‌ର ସୁବିଧା ଯାତ୍ରୀମାନେ ଇଣ୍ଡିଗୋର ୱେବସାଇଟରେ ସିଟ ବୁକିଙ୍ଗ କଲାବେଳେ ପାଇପାରିବେ। ଏହା ଯାତ୍ରୀ ଏବଂ ଟ୍ରାଭେଲ ଏଜେଣ୍ଟଙ୍କ ପାଇଁ ମଧ୍ୟ ସୁବାଧାଜନକ। ହେଲେ ଏହା ବାଧ୍ୟତାମୂଳକ ନୁହେଁ। ଲୋକମାନେ ଏହାକୁ ନିଜର ସୁରକ୍ଷା ପାଇଁ ବିକଳ୍ପ ଭାବେ ବ୍ୟବହାର କରିପାରିବେ।

୬ଇ ଡବଲ ସିଟରେ ଏହି ସୁବିଧା ଉପଲବ୍ଧ କରାଯାଇଛି। ଏହି ୬ଇ ସିଟ ପାଇଁ କୌଣସି ଏୟାରପୋର୍ଟ ଚାର୍ଜ ଲାଗିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଇଣ୍ଡିଗୋର ଅଧିକାରୀ ସଞ୍ଜୟ କୁମାର କହିଛନ୍ତି ଯେ, ଅନ୍ୟ ସିଟରେ କୌଣସି ଜିନିଷପତ୍ର ନେବା ପାଇଁ ଅନୁମତି ମିଳିବ ନାହିଁ। ବାତିଲ ଚାର୍ଜ ମଧ୍ୟ ଟିକେଟ କିଣା ଅନୁଯାୟୀ ପ୍ରଜୁଜ୍ୟ ହେବ।

ଆହୁରି ପଢ଼ନ୍ତୁ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା