ଏୟାରପୋର୍ଟରେ ଚେକ୍‌-ଇନ୍‌ ବେଳେ ଲୋକଙ୍କ ଠାରୁ ୧୦୦ ଟଙ୍କା ନେବ ଏହି କମ୍ପାନୀ

ନୂଆଦିଲ୍ଲୀ: ପ୍ରଥମଥର ବିମାନ ବନ୍ଦରରେ ଚେକ୍-ଇନ୍ ପାଇଁ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ିବ। ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଚେକ୍-ଇନ୍ ପାଇଁ ୧୦୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। କରୋନା ସମୟରେ କଣ୍ଟାକ୍ଟ ଲେସ୍‌ ଚେକ୍‌ ଇନ୍‌ ବ୍ୟବସ୍ଥା କରାଯାଉଛି। ଏହି କାରଣରୁ ଇଣ୍ଡିଗୋ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୧୭ ଅର୍ଥାତ ଆଜିଠାରୁ ହିଁ ଚେକ-ଇନ୍‌ ସେବା ପାଇଁ ଇଣ୍ଡିଗୋ ପକ୍ଷରୁ କାଉଣ୍ଟର୍‌ରେ ଲୋକଙ୍କ ଠାରୁ ୧୦୦ ଟଙ୍କା ନିଆଯିବ। ଆମେ […]

in

in

Hemant Lenka
  • Published: Saturday, 17 October 2020
  • Updated: 17 October 2020, 06:57 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମଥର ବିମାନ ବନ୍ଦରରେ ଚେକ୍-ଇନ୍ ପାଇଁ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ିବ। ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଚେକ୍-ଇନ୍ ପାଇଁ ୧୦୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। କରୋନା ସମୟରେ କଣ୍ଟାକ୍ଟ ଲେସ୍‌ ଚେକ୍‌ ଇନ୍‌ ବ୍ୟବସ୍ଥା କରାଯାଉଛି।

ଏହି କାରଣରୁ ଇଣ୍ଡିଗୋ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୧୭ ଅର୍ଥାତ ଆଜିଠାରୁ ହିଁ ଚେକ-ଇନ୍‌ ସେବା ପାଇଁ ଇଣ୍ଡିଗୋ ପକ୍ଷରୁ କାଉଣ୍ଟର୍‌ରେ ଲୋକଙ୍କ ଠାରୁ ୧୦୦ ଟଙ୍କା ନିଆଯିବ। ଆମେ ଯାତ୍ରୀମାନଙ୍କୁ ୱେବ ଚେକ୍‌-ଇନ୍‌ର ବ୍ୟବସ୍ଥା ଆପଣାଇବା ପାଇଁ ପରାମର୍ଶ ଦେଉଛି। କରୋନା ପାଇଁ ସରକାର ମଧ୍ୟ ଏଭଳି ଗାଇଡଲାଇନ ଜାରି କରିଛନ୍ତି।

ଇଣ୍ଡିଗୋର ମୋବାଇଲ ଆପ ଓ ୱେବସାଇଟ୍‌ରେ ଯାତ୍ରୀମାନେ ଚେକ୍‌-ଇନ୍‌ ବ୍ୟବସ୍ଥା ଆପଣାଇ ପାରିବେ। ଅକ୍ଟୋବର ୧୭ରୁ ବୁକିଂ ହେଉଥିବା ସମସ୍ତ ଟିକେଟ ପାଇଁ ଚେକ୍‌-ଇନ୍‌ ଫି’ ଲାଗୁ ହେବ। ଲୋକଙ୍କ ସୁରକ୍ଷା ପାଇଁ ଉକ୍ତ ବିମାନ ସଂସ୍ଥା ସତର୍କ ରହିଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos