ଆସନ୍ତାକାଲି ହେବନି ଭାରତ-ପାକ୍ ବୈଦେଶିକ ସଚିବ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ବିଭାଗ କହିଛି ଯେ ପଠାନକୋଟ୍ ଆକ୍ରମଣର ସନ୍ଦିଗ୍ଧ ମାଷ୍ଟର ମାଇଣ୍ଡ୍ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ଅଟକ ରଖାଯାଇଥିବା ନେଇ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ। ଇସଲାମବାଦରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କଲା ବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୱାଜି ଖଲିଲୁଲାହ କହିଥିଲେ ଯେ ତାଙ୍କ ପାଖରେ ଏଭଳି କୌଣସି ଅଟକ ସଂପର୍କରେ ସୂଚନା ନାହିଁ। ଏହା ସହିତ ବର୍ତ୍ତମାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଦେଶିକ ସଚିବ ସ୍ତରୀୟ ବୈଠକକୁ ବାତିଲ କରି ଦିଆଯାଇଛି। ଆସନ୍ତାକାଲି ଇସଲାମବାଦରେ ହେବାକୁ ଥିବା ଏହି ବୈଠକକୁ ବାତିଲ କରି ଦିଆଯାଇଛି। ଏହି ବୈଠକ ନେଇ ପରବର୍ତ୍ତୀ ସମୟରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ବୈଦେଶିକ ସଚିବ ସ୍ତରୀୟ ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯିବ।

ପଠାନକୋଟ୍ ହମଲା ନେଇ ଭାରତ ସରକାର କରୁଥିବା ତଦନ୍ତରେ ପାକିସ୍ତାନ ସବୁ ପ୍ରକାର ସାହାଯ୍ୟ କରିବ।

ଗତ ବୁଧବାର ପାକିସ୍ତାନ ଘୋଷଣା କରିଥିଲା ଯେ ପଠାନକୋଟ୍ ହମଲା ଘଟଣାରେ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର, ତା’ର ଭାଇ ଓ ଅନ୍ୟ ଜଣେ ସଦସ୍ୟକୁ ଅଟକ ରଖାଯାଇଛି।

ଭାରତର ପଂଜାବ ସ୍ଥିତ ପଠାନକୋଟ ବିମାନଘାଟିରେ ଆତଙ୍କୀଙ୍କ ଆକ୍ରମଣରେ ୭ ଯବାନଙ୍କ ମୃତ୍ୟୁ ହୋଇଥିଲା। ବିମାନଘାଟିରେ ଥିବା ଦେଶର ପ୍ରମୁଖ ଯୁଦ୍ଧ ବିମାନଗୁଡ଼ିକୁ ଧ୍ୱଂସ କରି ଦେବା ଲକ୍ଷ୍ୟରେ ଆସିଥିଲେ।

ଆହୁରି ପଢ଼ନ୍ତୁ

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

କୁଳଭୂଷଣଙ୍କ ପାଇଁ ପାକିସ୍ତାନ ହାଇକୋର୍ଟରେ ଲଢ଼ିବେ ଓକିଲ, କିନ୍ତୁ…

ଭୂମି ପୂଜନ ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ବ୍ୟତୀତ ଏହି ୩ ଜଣଙ୍କ ନାଁ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ

ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡଲାଇନ, ରହିଛି ଏସବୁ ନିୟମ

ଅଯୋଧ୍ୟା ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ

ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କର ୬ କର୍ମଚାରୀ ଓ ଝିଅଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ

ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ଯାଇଥିବା ଆଇପିଏସ୍‌ଙ୍କୁ ମୁମ୍ବାଇରେ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍‌‌