ହାଥରସ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା ସାଂସଦ ସଞ୍ଜୟ ସିଂହଙ୍କ ଉପରେ କାଳିମାଡ଼

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଆଜି ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ହାଥରସ ଗସ୍ତ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ଆପ୍‌ ସାଂସଦ ସଞ୍ଜୟ ସିଂହ ନେଉଥିଲେ। ହେଲେ ହାଥରସରେ ସଞ୍ଜୟ ସିଂହ ଉପରେ ପ୍ରବଳ କାଳିମାଡ଼ ହୋଇଛି। ହାଥରସରେ ପହଞ୍ଚିବା ପରେ ଶ୍ରୀ ସିଂହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ […]

ff

ff

Hemant Lenka
  • Published: Monday, 05 October 2020
  • Updated: 05 October 2020, 05:48 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଆଜି ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ହାଥରସ ଗସ୍ତ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ଆପ୍‌ ସାଂସଦ ସଞ୍ଜୟ ସିଂହ ନେଉଥିଲେ।

ହେଲେ ହାଥରସରେ ସଞ୍ଜୟ ସିଂହ ଉପରେ ପ୍ରବଳ କାଳିମାଡ଼ ହୋଇଛି। ହାଥରସରେ ପହଞ୍ଚିବା ପରେ ଶ୍ରୀ ସିଂହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଏହାପରେ ସେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ମୁହଁ ଓ ଦେହ ଉପରକୁ କାଳି ମାଡ଼ କରିଥିଲେ।

କାଳି ମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ “ପିଏଫଆଇର ଦଲାଲ ପଛକୁ ଫେରିଯାଅ।” ଘଟଣା ପରେ ଶ୍ରୀ ସିଂହ କାର୍‌ରେ ବସି ଘଟଣା ସ୍ଥଳରୁ ଚାଲି ଯାଇଥିଲେ। ପୁଲିସ ଆକ୍ରମଣକାରୀ ଦୀପକ ଶର୍ମାଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos