କାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା, ଏହି ସବୁ ସ୍ଥାନକୁ ଆରମ୍ଭ ହେବ ଉଡ଼ାଣ

ନୂଆଦିଲ୍ଲୀ: କରୋନା ଲକଡାଉନ ପାଇଁ ବନ୍ଦ ରହିଥିବା ଅନ୍ତର୍ଜାତୀୟ ବିମାନ ସେବା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ଭାରତ ସରକାର ଫ୍ରାନ୍ସ ଓ ଆମେରିକା ସହ ସ୍ୱତନ୍ତ୍ର ଚୁକ୍ତି କରିଛନ୍ତି। ଚୁକ୍ତି ଅନୁୟାୟୀ, କିଛି ନିର୍ଦ୍ଦିଷ୍ଟ ବିମାନକୁ ଯିବା ଆସିବା ପାଇଁ ଅନୁମତି ମିଳିବ।

ଏ ସମ୍ପର୍କରେ ଆଜି ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଫ୍ରାନ୍ସ ଓ ଆମେରିକା ସହ ହୋଇଥିବା Air Bubbles ଚୁକ୍ତି ଅନୁଯାୟୀ ଆସନ୍ତାକାଲି ଠାରୁ ଅନ୍ତର୍ଜାତୀୟ ବିମାନ ଉଡ଼ିବ। ବ୍ରିଟେନ ଓ ଜର୍ମାନୀ ସହ ମଧ୍ୟ ସମାନ ଧରଣର ଚୁକ୍ତି କରିବାକୁ ପ୍ରସ୍ତୁତ ଚାଲିଛି। ଏହା ଖୁବଶୀଘ୍ର ଶେଷ ହେବ। ବ୍ରିଟେନ ସହ ଚୁକ୍ତି ହେଲେ ଦିଲ୍ଲୀରୁ ଲଣ୍ଡନ ଦୈନିକ ଦୁଇଟି ବିମାନ ଚଳାଚଳ କରିବ ବୋଲି ସେ କହିଛନ୍ତି।

ଆମେରିକାର ବିମାନ କମ୍ପାନୀ ୟୁନାଇଟେଡ ଏୟାର ଲାଇନ୍ସ ଭାରତ ଓ ଆମେରିକା ମଧ୍ୟରେ ୧୮ଟି ବିମାନ ଚଳାଚଳ କରିବ। ଜୁଲାଇ ୧୭ରୁ ଏହା ଆରମ୍ଭ ହୋଇ ୩୧ ତାରିଖ ଯାଏ ଚାଲିବ। ୟୁନାଇଟେଡ୍‌ ଏୟାର ଲାଇନ୍ସ ଦୈନିକ ଦିଲ୍ଲୀରୁ ନ୍ୟୁୟର୍କ ମଧ୍ୟରେ ସେବା ଯୋଗାଇବ। ସେହିପରି ସପ୍ତାହକୁ ୩ଥର ଦିଲ୍ଲୀରୁ ସାନ ଫ୍ରାନ୍ସିକୋ ମଧ୍ୟରେ ବିମାନ ଚାଲିବ।

ସେହିପରି ୧୮ ତାରିଖରୁ ଅଗଷ୍ଟ ୧ ଯାଏ ଏୟାର ଫ୍ରାନ୍ସ ୨୮ଟି ବିମାନ ଚଳାଚଳ କରିବ। ଏଗୁଡ଼ିକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ପ୍ୟାରିସ୍‌ ମଧ୍ୟରେ ସେବା ଯୋଗାଇ ଦେବ।

Air Bubbles ଚୁକ୍ତି ଦୁଇ ଦେଶ ମଧ୍ୟରେ ହୋଇଥାଏ। ଚୁକ୍ତି ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ କଟକଣା ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ କରିଥାଏ। ଜୁଲାଇ ୯ରେ ଭାରତ ସରକାର ୟୁଏସ ସହ Air Bubbles ଚୁକ୍ତି କରିଥିଲେ। ଏହା ଜୁଲାଇ ୧୨ରୁ ୨୬ ଯାଏ କାର୍ଯ୍ୟକ୍ଷମ ରହିବ।

ଆହୁରି ପଢ଼ନ୍ତୁ

ଯିବେନି କହି ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ଉମା ଭାରତୀ

ରାମ ମନ୍ଦିର ପାଇଁ ‘ରାମ’ଙ୍କ ଟ୍ୱିଟ, ‘ସୀତା’ଙ୍କ ଶୁଭେଚ୍ଛା

ଅଯୋଧ୍ୟା ବିବାଦ: ଆରମ୍ଭରୁ ଶିଳାନ୍ୟାସ ଯାଏ, ପୂରା ଘଟଣାକ୍ରମ

ଅଧିକ ଭାତ ଖାଉଛନ୍ତି କି? ରୁହନ୍ତୁ ସାବଧାନ !

ବର୍ଷାଦିନେ ବିସ୍କୁଟ କିଣି ଗଲା ପପୁ

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ