ଦିଲ୍ଲୀ ସୀମାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ କରୁଥିବା ଦିଲ୍ଲୀ ସିଙ୍ଘୁ, ଟିକ୍‌ରି ଓ ଗାଜିପୁର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ୨ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ବିଜ୍ଞପ୍ତି ଜାରି କହିଛି କହିଛି ଯେ ରାତି ଶୁକ୍ରବାର ୧୧ଟାରୁ ୪୮ ଘଣ୍ଟା ପାଇଁ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ସ୍ଥିତିକୁ ଦେଖି ସୀମାନ୍ତ ଅଞ୍ଚଳରେ ଜାନୁଆରୀ ୨୯ ରାତି ୧୧ଟାରୁ ୩୧ ତାରିଖ ରାତି ୧୧ଟା […]

a

a

Hemant Lenka
  • Published: Saturday, 30 January 2021
  • Updated: 30 January 2021, 04:33 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ କରୁଥିବା ଦିଲ୍ଲୀ ସିଙ୍ଘୁ, ଟିକ୍‌ରି ଓ ଗାଜିପୁର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ୨ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ବିଜ୍ଞପ୍ତି ଜାରି କହିଛି କହିଛି ଯେ ରାତି ଶୁକ୍ରବାର ୧୧ଟାରୁ ୪୮ ଘଣ୍ଟା ପାଇଁ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ।

ସ୍ଥିତିକୁ ଦେଖି ସୀମାନ୍ତ ଅଞ୍ଚଳରେ ଜାନୁଆରୀ ୨୯ ରାତି ୧୧ଟାରୁ ୩୧ ତାରିଖ ରାତି ୧୧ଟା ଯାଏ ଅସ୍ଥାୟୀ ଭାବେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଉଛି। ହରିଆଣା ସରକାର ମଧ୍ୟ ଶୁବ୍ରବାର ୧୭ଟି ଜିଲ୍ଲାରେ ଆଜି ସନ୍ଧ୍ୟା ୫ଟା ଯାଏ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିବାକୁ ଘୋଷଣା କରିଥିଲେ।

ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି, ସେଠାରେ ଚାଷୀମାନେ ଦୀର୍ଘ ୨ ମାସ ହେଲାଣି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଜାନୁଆରୀ ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଆଗକୁ କାଳେ ପୁଣି ହିଂସକାଣ୍ଡ ଘଟିବ, ତା’କୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos