ଚାଷୀ ଆନ୍ଦୋଳନ ପାଇଁ ଏକାଧିକ ସ୍ଥାନରେ ଇଣ୍ଟରନେଟ୍‌ ବନ୍ଦ

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହି ହିଂସାକୁ ଦୃଷ୍ଟିରେ ରଖି ନୋଏଡା ୩୪ ଓ ନ୍ୟାଶନାଲ କ୍ୟାପିଟାଲ ରିଜନ(ଏନସିଆର)ରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଆଜି ୧୨ଟାରୁ ରାତି ୧୨ଟା ଯାଏ ସିଙ୍ଘୁ, ଗାଜିପୁର, ଟିକରି, ମୁକାରବ ଚୌକ ଓ ନଙ୍ଗଲୋଇ ଭଳି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ମିଳିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ସେହିପରି ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏନଏଚ୍‌ […]

e

e

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 03:57 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହି ହିଂସାକୁ ଦୃଷ୍ଟିରେ ରଖି ନୋଏଡା ୩୪ ଓ ନ୍ୟାଶନାଲ କ୍ୟାପିଟାଲ ରିଜନ(ଏନସିଆର)ରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଆଜି ୧୨ଟାରୁ ରାତି ୧୨ଟା ଯାଏ ସିଙ୍ଘୁ, ଗାଜିପୁର, ଟିକରି, ମୁକାରବ ଚୌକ ଓ ନଙ୍ଗଲୋଇ ଭଳି ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ମିଳିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି।

ସେହିପରି ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏନଏଚ୍‌ ୪୪, ଆଉଟର ରିଙ୍ଗ ରୋଡ, ସିଗନେଚର ବ୍ରିଜ, ଜିଟି ରୋଡ, ଆଇଏସବିଟି ରୋଡ, ବିକାଣ ମାର୍ଗ, ଆଇଟିଓ, ଏନଏଚ୍‌ ୨୪, ନିଜାମୁଦ୍ଦିନ, ନୋଏଡା ଲିଙ୍କ ରୋଡ, ପୀରାଗ୍ରହୀ, ଆଉଟର ଦିଲ୍ଲୀ, ପୂର୍ବ ଓ ପଶ୍ଚିମ ଦିଲ୍ଲୀ ସୀମାର ରାସ୍ତାକୁ ବ୍ୟବହାର ନ କରିବାକୁ ପୁଲିସ୍‌ କହିଛି।

ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ସୋଶାଲ ମିଡିଆରେ ଅପପ୍ରଚାର ହେବାର ଆଶଙ୍କା ଥିବାରୁ ସରକାର ଇଣ୍ଟରନେଟ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos