ଭୂମି ପୂଜନ ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ବ୍ୟତୀତ ଏହି ୩ ଜଣଙ୍କ ନାଁ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ଭୂମି ପୂଜନ କାର୍ଯ୍ୟକ୍ରମର ଦୁଇ ଦିନ ପୂର୍ବରୁ ଏହାର ନିମନ୍ତ୍ରଣ ପତ୍ର ସାର୍ବଜନୀନ କରାଯାଇଛି। ଏହି ନିମନ୍ତ୍ରଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆଉ ୩ ଜଣଙ୍କ ନାଁକୁ ଅତିଥି ତାଲିକାରେ ସ୍ଥାନ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ମୋଦିଙ୍କ ବ୍ୟତୀତ ଅତିଥି ତାଲିକାରେ ଆରଏସଏସ ମୁଖ୍ୟ ମୋହନ […]

g

g

Hemant Lenka
  • Published: Monday, 03 August 2020
  • Updated: 03 August 2020, 04:47 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ଭୂମି ପୂଜନ କାର୍ଯ୍ୟକ୍ରମର ଦୁଇ ଦିନ ପୂର୍ବରୁ ଏହାର ନିମନ୍ତ୍ରଣ ପତ୍ର ସାର୍ବଜନୀନ କରାଯାଇଛି। ଏହି ନିମନ୍ତ୍ରଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆଉ ୩ ଜଣଙ୍କ ନାଁକୁ ଅତିଥି ତାଲିକାରେ ସ୍ଥାନ ଦିଆଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ମୋଦିଙ୍କ ବ୍ୟତୀତ ଅତିଥି ତାଲିକାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁ ରହିଛି।

ଷ୍ଟେଜ ଉପରେ ୪ ଜଣ ଅତିଥିଙ୍କ ବ୍ୟତୀତ ମହନ୍ତ ର୍ନିତ୍ୟ ଗୋପାଲ ଦାସ ମଧ୍ୟ ଉପସ୍ଥିତ ରହିବେ। ନିମନ୍ତ୍ରଣ କାର୍ଡରେ ଅତିଥିଙ୍କ ନାଁ ବ୍ୟତୀତ ରାମ ଲଲାଙ୍କ ଫଟୋ ରହିଛି। କରୋନା ମହାମାରୀର ଭୟଙ୍କର ରୂପ ନେଇଥିବା ବେଳେ ବୁଧବାର ଦିନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି।

ଏଥିରେ ପ୍ରାୟ ୧୫୦ ଲୋକଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ଅଗଷ୍ଟ ୫ ତାରିଖ ମଧ୍ୟାହ୍ଣ ୧୨.୩୦ରେ ମୋଦି ଭୂମି ପୂଜନ କରିବେ। ଏଥିପାଇଁ ସେ ୧୧.୧୫ ଅଯୋଧ୍ୟାରେ ପହଞ୍ଚିବେ। ଭୂମି ପୂଜନ ବେଳେ ସେ ୪୦ କେଜି ଓଜନର ରୁପାର ସ୍ଲାବ ପ୍ରତିଷ୍ଠା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos