ନୀତୀଶଙ୍କ ପାଇଁ ଲକି ନଂ ୭! ଶପଥ ଠାରୁ ଆରମ୍ଭ କରି ରେଜଲ୍ଟ ସହ ରହିଛି ସମ୍ପର୍କ

ପାଟନା: ପୁଣିଥରେ ବିହାରରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି। ଏନଡିଏ ସରକାର ଗଠନ କରିବାକୁ ଯାଉଥିବାରୁ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ୭ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ୧୬ ତାରିଖରେ ସେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ତେବେ ଆମେ ଯଦି ପୂରା ନିର୍ବାଚନର ରେଜଲ୍ଟ ଓ ଶପଥ ପାଠ ଉତ୍ସବର ତାରିଖକୁ ଭାଗଭାଗ କରି ଦେଖିବା ତା’ହେଲେ ନୀତୀଶ କୁମାରଙ୍କ ପାଇଁ ନଂ ୭ ଲକି ସାବ୍ୟସ୍ତ ହୋଇଛି।

ଆସନ୍ତୁ ଜାଣିବା କେମିତି ୭ ସହ ରହିଛି ନୀତୀଶଙ୍କ ସମ୍ପର୍କ-

୧-ନୀତୀଶ କୁମାର ଏବେ ତାଙ୍କ ଜୀବନ କାଳର ୭୦ ବର୍ଷ ବୟସରେ ରହିଛନ୍ତି। ତାଙ୍କର ଜନ୍ମ ୧୯୫୧ ମାର୍ଚ୍ଚ ୧ରେ ହୋଇଥିଲା। ଏଠାରେ ବି ୭ ରହିଛି।

୨-ନୀତୀଶ କୁମାର ୭ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଥମଥର ସେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୦୫, ୨୦୧୦, ୨୦୧୫ରେ ଦୁଇଥର ଓ ୨୦୧୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

୩-ବିହାରରେ ଏଥର ନିର୍ବାଚନ ତାରିଖ ମଧ୍ୟ ୭ ସହ ମେଳ ଖାଉଛି। ୧୦-୧୧-୨୦୨୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା। ଏହି ତାରିଖରେ ଥିବା ସଂଖ୍ୟା ଗୁଡ଼ିକୁ ଅଲଗା କରି ଯଦି ଯୋଡ଼ି ଦିଆଯାଏ, ତା’ହେଲେ ଏହା ମଧ୍ୟ ୭ ହେଉଛି। ୧+୧+୧+୨+୨କୁ ମିଶାଇଲେ ୭।

୪-ଜେଡିୟୁ ଚଳିତ ନିର୍ବାଚନରେ ୪୩ଟି ଆସନ ଜିତିଛି। ଏହାର ସଂଖ୍ୟାକୁ ମିଶାଇଲେ ୭ ହେଉଛି।

୫-ନୀତୀଶ କୁମାର ୧୬ ନଭେମ୍ବରରେ ଶପଥ ନେବେ। ଏହାକୁ ଅଲଗା କଲେ ୧+୬ ମଧ୍ୟ ୭।

ଏସବୁ ଦେଖିଲେ ନୀତୀଶ କୁମାରଙ୍କ ପାଇଁ ୭ ଲକି ନମ୍ବର ବୋଲି ମନେ ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।