କ’ଣ ସତରେ ୫୦ ଫୁଟିଆ ଆନାକୋଣ୍ଡା ନଦୀ ପାର କରୁଛି କି?

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର କରୁଛି। ନଦୀଟି ବ୍ରାଜିଲରେ ବୋଲି ଏଥିରେ କୁହାଯାଉଛି। ତେବେ ପ୍ରକୃତରେ, କ’ଣ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର ହେଲା ବେଳେ କ୍ୟାମେରାରେ କଏଦ ହୋଇଛି? ୨୦୧୮ରେ ମଧ୍ୟ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେତେବେଳେ ବ୍ରାଜିଲର ଜିଙ୍ଗୁ ନଦୀରେ ୫୦ ଫୁଟ […]

c

c

Hemant Lenka
  • Published: Friday, 30 October 2020
  • Updated: 30 October 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଗୋଟିଏ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର କରୁଛି। ନଦୀଟି ବ୍ରାଜିଲରେ ବୋଲି ଏଥିରେ କୁହାଯାଉଛି। ତେବେ ପ୍ରକୃତରେ, କ’ଣ ୫୦ ଫୁଟ ଲମ୍ବର ଆନାକୋଣ୍ଡା ନଦୀ ପାର ହେଲା ବେଳେ କ୍ୟାମେରାରେ କଏଦ ହୋଇଛି? ୨୦୧୮ରେ ମଧ୍ୟ ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେତେବେଳେ ବ୍ରାଜିଲର ଜିଙ୍ଗୁ ନଦୀରେ ୫୦ ଫୁଟ ଲମ୍ବର ଆନାକୋଣ୍ଡା ପାର ହେଉଥିବା ଅନେକ କହିଥିଲେ।

ଆଜି ସକାଳୁ ପୁଣିଥରେ ଏହି ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଏହାର ଶୀର୍ଷକ ରହିଛି ବ୍ରାଜିଲର ଜିଙ୍ଗୁ ନଦୀରେ ଗୋଟିଏ ୫୦ ଫୁଟରୁ ଅଧିକ ଲମ୍ବର ଆନାକୋଣ୍ଡା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଏହା ପୋଷ୍ଟ ହେବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ୭ ଲକ୍ଷ ଲୋକ ଦେଖି ସାରିଲେଣି।

ଏହି ଭିଡିଓରେ ଗୋଟିଏ ସାପ ନଦୀର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଥିବା ଦେଖିବାକୁ ମିଳିଛି। ତେବେ ଗୋଟିଏ ଆନାକୋଣ୍ଡା ଯେ ନଦୀ ପାର କରୁଛି, ତାହା ସଂପୂର୍ଣ୍ଣ ଭୁଲ।
https://twitter.com/i/status/1322084563007406080
ଗୋଟିଏ ଫ୍ୟାକ୍ଟ ଚେକିଂ ୱେବସାଇଟ ପକ୍ଷରୁ କୁହାଯାଇଛି ଯେ ଏହି ସମାନ ଭିଡିଓଟି ୨୦୧୮ ଏପ୍ରିଲ ମାସରେ ସାମ୍ନାକୁ ଆସିଥିଲା। ସେତେବେଳେ ଏହି ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଥିଲା। ଏହାର ଶୀର୍ଷକ ରହିଥିବା ‘ବିଶାଳ ଆନାକୋଣ୍ଡା ଗୋଟିଏ ରାସ୍ତା ପାର କରୁଛି।”

ତେବେ ଏହା କେଉଁଠି କାର ଦୃଶ୍ୟ ସେକଥା କୁହାଯାଇ ନଥିଲା। ଯଦି ଆପଣ ପୁରୁଣା ଭିଡିଓ ସହ ଆଜିର ଭିଡିଓକୁ ତୁଳନା କରିବେ, ତା’ହେଲେ ଦୁଇଟି ଯାକ ସମାନ। ଆଜିର ଭିଡିଓଟିକୁ ଷ୍ଟ୍ରେଚ୍‌ କରାଯାଇଛି। ଭିଡିଓର ଡାଇମେନସନକୁ ବଦଳା ଯାଇ ସାପଟିକୁ ୫୦ ଫୁଟରୁ ଅଧିକ ଲମ୍ବ କରି ଦେଖା ଯାଇଛି।
https://youtu.be/7ti6s_UStUc
ନ୍ୟୁଜ ୱେବସାଇଟ୍‌ ଖୋଉ ମଧ୍ୟ ଆଜିର ଭିଡିଓଟିକୁ ପୁରୁଣା ବୋଲି କହିଛି। ଏଥିସହ ସାପଟି ନଦୀ ନହେଁ, ବରଂ ଗୋଟିଏ ରାସ୍ତା ପାର କରୁଛି। ତେଣୁ ଆଜି ଯେଉଁ ସାପ ନଦୀ ପାର କରୁଛି ବୋଲି ଦାବି କରାଯାଉଥିଲା, ତାହା ସଂପୂର୍ଣ୍ଣ ମିଛ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos