ଭାରତ ଓ ଶ୍ରୀଲଙ୍କା ଉପରେ ଆଇଏସ୍‌ର ଆଖି, ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ୍‌

ଥିରୁଭନନ୍ତପୁରମ: ଇରାକ ଓ ସିରିୟାରେ ରକ୍ତର ହୋଲି ଖେଳି ବର୍ଷ ବର୍ଷ ଧରି ଆତଙ୍କର ମଞ୍ଜି ବୁଣୁଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ବା ଆଇଏସ୍‌ର ନଜର ଏବେ ଭାରତ ଓ ଶ୍ରୀଲଙ୍କା ଉପରେ ପଡ଼ିଛି। ସିରିୟା ଓ ଇରାକ୍‌ରେ ଆଇଏସ୍‌ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସଂଗଠନ କବଜାରେ ଥିବା ଏକାଧିକ ଅଞ୍ଚଳ ସୁରକ୍ଷାକର୍ମୀ ଛଡ଼ାଇ ନେଇଛନ୍ତି। ତେଣୁ ଆଇଏସ୍‌ ଏବେ ଭାରତୀୟ ମହାସାଗର ଅଞ୍ଚଳ ବିଶେଷ କରି ଭାରତ ଓ ଶ୍ରୀଲଙ୍କାକୁ […]

isis

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 04:21 PM IST

ଥିରୁଭନନ୍ତପୁରମ: ଇରାକ ଓ ସିରିୟାରେ ରକ୍ତର ହୋଲି ଖେଳି ବର୍ଷ ବର୍ଷ ଧରି ଆତଙ୍କର ମଞ୍ଜି ବୁଣୁଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ବା ଆଇଏସ୍‌ର ନଜର ଏବେ ଭାରତ ଓ ଶ୍ରୀଲଙ୍କା ଉପରେ ପଡ଼ିଛି। ସିରିୟା ଓ ଇରାକ୍‌ରେ ଆଇଏସ୍‌ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ସଂଗଠନ କବଜାରେ ଥିବା ଏକାଧିକ ଅଞ୍ଚଳ ସୁରକ୍ଷାକର୍ମୀ ଛଡ଼ାଇ ନେଇଛନ୍ତି। ତେଣୁ ଆଇଏସ୍‌ ଏବେ ଭାରତୀୟ ମହାସାଗର ଅଞ୍ଚଳ ବିଶେଷ କରି ଭାରତ ଓ ଶ୍ରୀଲଙ୍କାକୁ ଟାର୍ଗେଟ କରିବାକୁ ଚାହୁଁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଇଣ୍ଟର ପୁଲିସ୍‌ କମ୍ୟୁନିକେସନ୍‌ରୁ ମିଳିଥିବା ବିସ୍ତୃତ ତଥ୍ୟ ଅନୁଯାୟୀ, କେରଳ ପୁଲିସ୍‌ ହିଁ ପ୍ରଥମେ ଏଭଳି ଘଟଣା ଘଟିବାର ଆଶଙ୍କା ପ୍ରକାଶ କରିଛି। ଇରାକ ଓ ସିରିୟାରେ ଶହଶହ ସଂଖ୍ୟାରେ ଆଇଏସ୍‌ ଆତଙ୍କବାଦୀ ଏବେ ନିହତ ହେଉଛନ୍ତି। ତେଣୁ ଆଇଏସ୍‌ ସଂଗଠନ ପକ୍ଷରୁ ଭାରତ ଓ ଶ୍ରୀଲଙ୍କାରେ ଜେହାଦୀ ସଂଗ୍ରହ ପାଇଁ ଏହାର ହ୍ୟାଣ୍ଡଲରମାନଙ୍କୁ କୁହାଯାଇଛି। ଭାରତର ଦକ୍ଷିଣ ପ୍ରାନ୍ତରେ ଏକାଧିକ ଆଇଏସ୍‌ ହ୍ୟାଣ୍ଡଲର ରହିଛନ୍ତି। ତେଣୁ ସେମାନଙ୍କୁ ପୁଣେରେ ଥିବା ଏକ ଶପିଂ ମଲକୁ ଟାର୍ଗେଟ କରିବାକୁ କୁହାଯାଇଛି।

ଦିନକୁ ଦିନ ଭାରତରେ ଆଇଏସ୍‌ ସହ ସଂପୃକ୍ତ ରଖିଥିବା ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହି ବିପଦକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଗୁଇନ୍ଦା ବିଭାଗ କହିଛି। କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କଶ୍ମୀରରେ ଆଇଏସ୍‌ର ହ୍ୟାଣ୍ଡଲରମାନେ ରହିଥିବାରୁ ଏସବୁ ରାଜ୍ୟରେ ସଂଗଠନ ନିଜର ଶକ୍ତି ବୃଦ୍ଧି କାବାକୁ ଚାହୁଁଛି।

ଆଇଏସ୍‌ ସଂଗଠନ ପକ୍ଷରୁ ତା’ର ହ୍ୟାଣ୍ଡଲର ମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ କେରଳରୁ ପାଖାପାଖି ୧୦୦ ଜଣ ଆଇଏସ୍‌ ସଂଗଠନରେ ଯୋଗଦେଇଛନ୍ତି। ସେହିପରି ଦକ୍ଷିଣ ପ୍ରାନ୍ତର ୨୧ଟି କାଉନସିଲିଂ ସେଣ୍ଟର୍‌ରେ ୩୦୦୦ରୁ ଅଧିକ ଲୋକ ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ଭର୍ତ୍ତି ହୋଇଛନ୍ତି। ଏମାନଙ୍କୁ ମଧ୍ୟରୁ ଅଧିକାଂଶ ଉତ୍ତର କେରଳରେ ବସବାସ କରନ୍ତି।

ଶ୍ରୀଲଙ୍କାରେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣରେ ଆଇଏସ୍‌ର ହାତ ରହିଥିଲା। ଭାରତରୁ ହିଁ ଏହାକୁ ପରିଚାଳନା କରାଯାଇଥିବା ଅନୁମାନ କରାଯାଉଛି। ତେଣୁ ଆଇଏସ୍‌ ଏବେ ଭାରତ ଓ ଶ୍ରୀଲଙ୍କାକୁ ଟାର୍ଗେଟ କରୁଥିବା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି। ଗୁଇନ୍ଦା ବିଭାଗର ଏଭଳି ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ଅନ୍‌ଲାଇନ୍‌ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Related story