ନମାଜ ପାଇଁ ମହିଳା ବି ଯାଇ ପାରିବେ ମସଜିଦ, ସୁପ୍ରିମକୋର୍ଟଙ୍କୁ ଜଣାଇଲା ମୁସଲିମ ପକ୍ଷ

ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପଢ଼ିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଆଜି ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ସତ୍ୟପାଠ ଜରିଆରେ ମୁସଲିମ ପର୍ସନେଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି ଇସଲାମ […]

iu

iu

Hemant Lenka
  • Published: Wednesday, 29 January 2020
  • Updated: 29 January 2020, 10:19 PM IST

Sports

Latest News

ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମସଜିଦ ଯାଇ ନମାଜ ପଢ଼ିପାରିବେ। ଇସଲାମରେ ଏଥିପାଇଁ ଅନୁମତି ରହିଛି। ଆଜି ଏପରି ତଥ୍ୟ ସର୍ବଭାରତୀୟ ମୁସଲିମ ପର୍ସନେଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମହିଳାମାନଙ୍କୁ ପ୍ରାର୍ଥନା ପାଇଁ ସବୁ ମସଜିଦକୁ ଛଡ଼ା ଯିବା ଦରକାର ବୋଲି ଆବେଦନ କରି ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

ଏହା ଉପରେ ସତ୍ୟପାଠ ଜରିଆରେ ମୁସଲିମ ପର୍ସନେଲ ଲ’ ବୋର୍ଡ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି କି ଇସଲାମ ଧର୍ମରେ ମହିଳାମାନଙ୍କୁ ମସଜିଦରେ ପ୍ରବେଶ କରି ନମାଜ ପଢ଼ିବାର ଅଧିକାର ରହିଛି। କିନ୍ତୁ ପୁରୁଷ ଭଳି ମହିଳାମାନେ ଶୁକ୍ରବାର ମସଜିଦରେ ନମାଜ ପଢ଼ିବାକୁ ବାଧ୍ୟ ନୁହନ୍ତି। ସେହିପରି ସେମାନେ ସାମୂହିକ ପ୍ରାର୍ଥନାରେ ମଧ୍ୟ ଯୋଗ ଦେବାକୁ ବାଧ୍ୟ ନୁହନ୍ତି। ସେମାନେ ଚାହିଁଲେ ନିଜ ଇଚ୍ଛା ଅନୁସାରେ ମସଜିଦ ଯାଇ ପ୍ରାର୍ଥନା କରିପାରିବେ।

ଇସଲାମରେ ପୁରୁଷ ଓ ମହିଳା ଏକାଠି ପ୍ରାର୍ଥନା କରିବା ଉପରେ କୌଣସି ରୋକ ଲଗାଇଯାଇ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ କହିଛି ଯେ “ଇସଲାମର ନିୟମ ଅନୁଯାୟୀ ଆମେ ନିଜ ପକ୍ଷ ସ୍ପଷ୍ଟ କରୁଛୁ। ମହିଳାଙ୍କ ଉପରେ ମସଜିଦରେ ପ୍ରବେଶ କଟକଣା ନାହିଁ। ଯଦି କେହି ଏହା ବିରୋଧରେ ଫତୱା ଜାରି କରୁଛି, ତା’ହେଲେ ଏହାକୁ ଅଣଦେଖା କରାଯିବା ଉଚିତ।”

ବିଶ୍ୱାସ ବନାମ ଅଧିକାର ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। କେରଳର ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ଏହାର ବିଚାର କରୁଛନ୍ତି। ଏହି ସମୟରେ ମସଜିଦ ମଧ୍ୟରେ ମହିଳା ପ୍ରବେଶ କରିପାରିବେ କି ନାହିଁ ତା’ର ମଧ୍ୟ ଶୁଣାଣି ଚାଲିଛି।

ଗତବର୍ଷ ଅକ୍ଟୋବର ମାସରେ ଯଶ୍ମୀନ ଜୁବେର ଅହମ୍ମଦ ଓ ଆଉ କିଛି ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମସଜିଦରେ ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବା ଦରକାର ବୋଲି ନିବେଦନ କରିଥିଲେ। ମସଜିଦକୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିବା ଅସାମ୍ବିଧାନିକ ବୋଲି ସେମାନେ କହିଥିଲେ।

ପୁରୁଷଙ୍କ ଭଳି ସେମାନେ ମଧ୍ୟ ଏକା ସମୟରେ ନମାଜ ପଢ଼ିବାକୁ ମସଜିଦ ଯାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos