ଇସ୍ରୋକୁ ଆଉ ଏକ ସଫଳତା: ଉତ୍‌କ୍ଷେପଣ ହେଲା GSAT-6A

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)କୁ ମିଳିଛି ଆଉ ଏକ ସଫଳତା। ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ରେ GSAT-6A କମ୍ୟୁନିକେଶନ ସାଟେଲାଇଟକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏହା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ।

ଏହାର ଓଜନ ୨,୧୪୦ କେଜି, ଲମ୍ବ ୪୯.୧ ମିଟର। ଶ୍ରୀହରିକୋଟାର ସେକେଣ୍ଡ ଷ୍ଟେସନ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ୧୭ ମିନିଟରେ ଏହା ନିଜ କକ୍ଷ ପଥରେ ପ୍ରବେଶ କରିଥିଲା। ଏହା ଜିଏସ୍‌ଏଲ୍‌ବିର ୧୨ତମ ଉତ୍‌କ୍ଷେପଣ ଥିଲା।

ବିଶେଷତ୍ୱ

ଏହି ସାଟେଲାଇଟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏଥିରେ ମଲଟି ବିମ୍‌ କଭରେଜ ସୁବିଧା ରହିଛି। ଏହା ଜରିଆରେ ଭାରତକୁ ନେଟ୍‌ୱାର୍କ ମ୍ୟାନେଜ୍‌ମେଣ୍ଟରେ ସୁବିଧା ମିଳିବ। ଏଥିରେ ଏସ୍‌. ବେଣ୍ଡ କମ୍ୟୁନିକେଶନ ଲିଙ୍କ୍‌ ପାଇଁ ୬ ମିଟରର ଏକ ଆଣ୍ଟିନା ରହିଛି। ଏହାସହ ସି-ବେଣ୍ଡ ଫ୍ରୋବିକ୍ସ ପାଇଁ ୦.୮ ମିଟରର ଗୋଟିଏ ଫିକ୍ସ ଆଣ୍ଟିନା ହବ୍‌ ଲଗାଯାଇଛି।

ଇସ୍ରୋ ପକ୍ଷରୁ କୁହାଯାଇଛି, ମଲଟି ବିମ୍‌ କଭରେଜ ସୁବିଧା ଜରିଆରେ ଭାରତକୁ ମୋବାଇଲ ସଞ୍ଚାର ବଢ଼ାଇବାକୁ ସୁବିଧା ମିଳିବ। ଏହି ସାଟେଲାଇଟ୍‌, ଉପଗ୍ରହ ପରୀକ୍ଷଣ ବେଳେ ମୋବାଇଲ୍‌ କମ୍ୟୁନିକେଶନ ଉପକରଣ ବ୍ୟବହାରରେ ନେଇ ସାହାଯ୍ୟ କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।