ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହାଇଦ୍ରାବାଦ: ଇସ୍ରୋର ଏନ୍‌ଆରଏସ୍‌ସିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଏସ୍‌ ସୁରେଶଙ୍କ ମୃତଦେହ ଆଜି ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅମୀରପେଟ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆର୍ପାଟମେଣ୍ଟରେ ୫୬ ବର୍ଷୀୟ ସୁରେଶ ଏକାକୀ ରହୁଥିଲେ। ତାଙ୍କ ନିଜସ୍ୱ ଘର କେରଳରେ। ମଙ୍ଗଳବାର ଦିନ ସୁରେଶ ଅଫିସ ଯାଇ ନଥିଲେ। ତାଙ୍କ ଜଣେ ସହଯୋଗୀ ସୁରେଶଙ୍କୁ ଫୋନ କରିଥିଲେ ହେଁ ଏହାର ଉତ୍ତର […]

isro

isro

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 01:12 PM IST

Sports

Latest News

ହାଇଦ୍ରାବାଦ: ଇସ୍ରୋର ଏନ୍‌ଆରଏସ୍‌ସିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଏସ୍‌ ସୁରେଶଙ୍କ ମୃତଦେହ ଆଜି ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅମୀରପେଟ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆର୍ପାଟମେଣ୍ଟରେ ୫୬ ବର୍ଷୀୟ ସୁରେଶ ଏକାକୀ ରହୁଥିଲେ। ତାଙ୍କ ନିଜସ୍ୱ ଘର କେରଳରେ। ମଙ୍ଗଳବାର ଦିନ ସୁରେଶ ଅଫିସ ଯାଇ ନଥିଲେ। ତାଙ୍କ ଜଣେ ସହଯୋଗୀ ସୁରେଶଙ୍କୁ ଫୋନ କରିଥିଲେ ହେଁ ଏହାର ଉତ୍ତର ସେ ଦେଇଥିଲେ।

ସହଯୋଗୀ ଜଣଙ୍କ ଏହାପରେ ବାଧ୍ୟ ହୋଇ ଚେନ୍ନାଇରେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସୁରେଶଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ। ଖବର ପାଇ ସୁରେଶଙ୍କ ପତ୍ନୀ ଓ ପରିବାର ଲୋକ ହାଇଦ୍ରାବାଦରେ ପହଞ୍ଚି ପୁଲିସ୍‌ ସହାୟତାରେ ଆର୍ପାଟମେଣ୍ଟକୁ ଯାଇଥିଲେ। ସୁରେଶଙ୍କ ରୁମ ଖୋଲାଯିବା ମାତ୍ରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁରେଶ ଦୀର୍ଘ ୨୦ ବର୍ଷ ହେଲା ଏଠାରେ ରହି ଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos