ଚାଇନାର ନୂଆ ଷଡ଼ଯନ୍ତ୍ର ପଣ୍ଡ: ସାଧା ପୋଷାକରେ ଭାରତକୁ ପଠାଉଥିଲା ସୈନ୍ୟ

ଶ୍ରୀନଗର: ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିବା ଚାଇନାର ଆଉ ଉଦ୍ୟମ ଭଣ୍ଡୁର ହୋଇଯାଇଛି। ପୂର୍ବ ଲଦାଖରେ ଥିବା ଏଲଏସିରେ ଚାଇନା ନିଜ ଦେଶର ଯବାନଙ୍କୁ ସାଧା ପୋଷାକରେ ଭାରତକୁ ପଠାଇବାକୁ ଯୋଜନା କରିଛି। ନିକଟରେ ଦୁଇଟି ଗାଡ଼ିରେ ଏକାଧିକ ଚାଇନିଜ୍ ଯବାନ ଏଲଏସି ଡେଇଁ ନୟୋମା ଅଞ୍ଚଳର ଛାଙ୍ଗଥଙ୍ଗ ଗାଁରେ ଅନୁପ୍ରବେଶ କରିଥିଲେ। ଏହି ଚାଇନିଜ୍‌ ଯବାନମାନେ ସାଧା ପୋଷାକରେ ରହିଥିଲେ। ସେମାନେ ଏଠାରେ ଅନୁପ୍ରବେଶ କରିବା ପରେ ସ୍ଥାନୀୟ ଯାଯାବରଙ୍କୁ ଏହି ଅଞ୍ଚଳରେ ନିଜର ପଶୁପକ୍ଷୀଙ୍କୁ […]

r

r

Hemant Lenka
  • Published: Monday, 21 December 2020
  • Updated: 21 December 2020, 07:32 AM IST

ଶ୍ରୀନଗର: ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିବା ଚାଇନାର ଆଉ ଉଦ୍ୟମ ଭଣ୍ଡୁର ହୋଇଯାଇଛି। ପୂର୍ବ ଲଦାଖରେ ଥିବା ଏଲଏସିରେ ଚାଇନା ନିଜ ଦେଶର ଯବାନଙ୍କୁ ସାଧା ପୋଷାକରେ ଭାରତକୁ ପଠାଇବାକୁ ଯୋଜନା କରିଛି। ନିକଟରେ ଦୁଇଟି ଗାଡ଼ିରେ ଏକାଧିକ ଚାଇନିଜ୍ ଯବାନ ଏଲଏସି ଡେଇଁ ନୟୋମା ଅଞ୍ଚଳର ଛାଙ୍ଗଥଙ୍ଗ ଗାଁରେ ଅନୁପ୍ରବେଶ କରିଥିଲେ।

ଏହି ଚାଇନିଜ୍‌ ଯବାନମାନେ ସାଧା ପୋଷାକରେ ରହିଥିଲେ। ସେମାନେ ଏଠାରେ ଅନୁପ୍ରବେଶ କରିବା ପରେ ସ୍ଥାନୀୟ ଯାଯାବରଙ୍କୁ ଏହି ଅଞ୍ଚଳରେ ନିଜର ପଶୁପକ୍ଷୀଙ୍କୁ ଚରାଇବାକୁ ବାରଣ କରିଥିଲେ। ତେବେ ସ୍ଥାନୀୟ ଲୋକମାନେ ଚାଇନିଜ ଯବାନଙ୍କ ଏହି ହରକତକୁ ଦୃଢ଼ ଭାବେ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଆଇଟିବିପି ଯବାନମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଓ ଆଇଟିବିପିର ବିରୋଧ ଯୋଗୁ ଚାଇନିଜ୍‌ ଯବାନମାନେ ବାଧ୍ୟ ହୋଇ ପଛକୁ ଘୁଞ୍ଚିଥିଲେ ବୋଲି ଜଣାପଡ଼ିଛି।

ସ୍ଥାନୀୟ ଲୋକମାନେ ଗତକାଲି ଜାରି କରିଥିବା ଭିଡିଓରେ ଚାଇନାର ସବୁ ଯୋଜନା ଧରା ପଡ଼ି ଯାଇଛି। ଭିଡିଓ ଅନୁଯାୟୀ, ସାଧା ପୋଷାକ ପିନ୍ଧି ଦୁଇଟି ଗାଡ଼ିରେ ଆସିଥିବା ଚାଇନିଜ ଯବାନମାନେ କିଛି ପ୍ରଚାର ସାମଗ୍ରୀ ଧରି ଛାଙ୍ଗଥଙ୍ଗର ଭାରତୀୟ ସୀମାରେ ପ୍ରବେଶ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଓ ଆଇଟିବିପି ଯବାନଙ୍କ ସାହାସ ଯୋଗୁ ସେମାନେ ନିଜର ଯୋଜନାରେ ସଫଳ ହୋଇନାହାନ୍ତି।

ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମଗୁଡ଼ିକ ଲେହରେ ମୁତୟନ ସେନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ସେମାନେ କିଛି ବି କହିନାହାନ୍ତି। ବରିଷ୍ଠ ଅଧିକାରୀମାନେ ମଧ୍ୟ ନିଜର ଫୋନକୁ ସୁଇଚ୍‌ ଅଫ କରି ରଖିଛନ୍ତି। ତେବେ ଭିଡିଓରୁ ଚାଇନିଜ୍‌ ଯବାନମାନେ ଭାରତୀୟ ସୀମାନେ ଅନୁପ୍ରବେଶ କରିଥିବା ସ୍ପଷ୍ଟ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୀର୍ଘ ୮ ମାସ ହେଲାଣି ପୂର୍ବ ଲଦାଖର ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ସମାଧାନ ପାଇଁ ବାରମ୍ବାର ବୈଠକ ବସୁଥିଲେ ହେଁ ଚାଇନାର ଏଭଳି ଷଡ଼ଯନ୍ତ୍ର ନୂଆ ବିବାଦ ସୃଷ୍ଟି କରିବାର ସଙ୍କେତ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos