ଐତିହାସିକ ଜନସମର୍ଥନ ସହ ପୁଣି କ୍ଷମତା ଦଖଲ କଲେ ଜାସିଣ୍ଡା

ଅକଲ୍ୟାଣ୍ଡ: ପୁଣିଥରେ ନ୍ୟୁଜିଲ୍ୟାଣ୍ଡରେ ଚାଲିବ ଜାସିଣ୍ଡା ଆର୍ଡେନଙ୍କ ଶାସନ। ଦ୍ୱିତୀୟ ଥର ପାଇଁ ଐତିହାସିକ ଜନସମର୍ଥନ ସହ ତାଙ୍କ ଦଳ ଲେବର ପାର୍ଟି କ୍ଷମତା ଦଖଲ କରିଛି। ଏଥିସହ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଜନସମର୍ଥନ ସହ କ୍ଷମତା ଦଖଲ କରିବା ପରେ ଜାସିଣ୍ଡା କରୋନା ଯୋଗୁ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରି କାର୍ଯ୍ୟ କରିବେ ବୋଲି କହିଛନ୍ତି।

ଚଳିତ ନିର୍ବାଚନରେ ଆର୍ଡେନଙ୍କ ଲେବର ପାର୍ଟି ସପକ୍ଷରେ ୪୯% ଜନସମର୍ଥନ ରହିଛି। ୧୯୩୦ ପରେ ଲେବର ପାର୍ଟି ସପକ୍ଷରେ ଏହା ସର୍ବାଧିକ ଭୋଟିଂ। ସେହିପରି ବିରୋଧୀ ନ୍ୟାଶନାଲ ପାର୍ଟି ସପକ୍ଷରେ ମାତ୍ର ୨୭% ଭୋଟ ପଡ଼ିଛି। ଗ୍ରୀନ ପାର୍ଟି ମାତ୍ର ୭.୬% ଭୋଟ ପାଇଛି।

୪୦ ବର୍ଷୀୟ ଆର୍ଡେନ ବେଶ ଲୋକପ୍ରିୟ। କରୋନା ସଙ୍କଟକୁ ନ୍ୟୁଜିଲ୍ୟାଣ୍ଡରେ ଠିକ୍‌ ଭାବେ ପରିଚାଳନା କରି ସେ ସାର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।