ଚନ୍ଦ୍ରବାବୁଙ୍କ ନିଷ୍ପତ୍ତି ରଦ୍ଦ, ଆନ୍ଧ୍ରକୁ ଯିବ ସିବିଆଇ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ନୂଆ କରି ସରକାର ଗଠନ କରିଥିବା ୱାଇଏସ୍‌ଆର କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବେ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ସିବିଆଇ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯେଉଁ ପ୍ରତିବନ୍ଧକ ଲଗାଇଥିଲେ, ତାକୁ ଜଗନ ମୋହନ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।  କିନ୍ତୁ ୱାଇଏସ୍‌ଆରର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଭି ବିଜୟ ସାଇ ରେଡ୍ଡୀ ଏହି ସୂଚନା […]

o

Hemant Lenka
  • Published: Monday, 03 June 2019
  • , Updated: 03 June 2019, 07:17 PM IST

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ନୂଆ କରି ସରକାର ଗଠନ କରିଥିବା ୱାଇଏସ୍‌ଆର କଂଗ୍ରେସର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବେ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ସିବିଆଇ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଯେଉଁ ପ୍ରତିବନ୍ଧକ ଲଗାଇଥିଲେ, ତାକୁ ଜଗନ ମୋହନ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।  କିନ୍ତୁ ୱାଇଏସ୍‌ଆରର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଭି ବିଜୟ ସାଇ ରେଡ୍ଡୀ ଏହି ସୂଚନା ଦେଇଛନ୍ତି।

ଚନ୍ଦ୍ରବାବୁ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏରୁ ଓହରିବା ପରେ ସିବିଆଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ‘ଜେନେରାଲ କନସେଣ୍ଟ’ ପ୍ରତ୍ୟାହାର କରି ନେଇଥିଲେ। ଅର୍ଥାତ ସିବିଆଇ ଆନ୍ଧ୍ରରେ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବ। ହେଲେ ଜଗନ ମୋହନ ସିବିଆଇକୁ ଆନ୍ଧ୍ର ପ୍ରଦେଶରେ ବିନା ବାଧାରେ ଚଢ଼ଉ କରିବାକୁ ଅନୁମତି ଦେଇଛନ୍ତି।

ଭି ବିଜୟ ସାଇ ରେଡ୍ଡୀ ଟ୍ୱିଟ୍‌ କରି କହିଛନ୍ତି, “ଚନ୍ଦ୍ରବାବୁ ସିବିଆଇ, ଆୟକର ବିଭାଗ ଓ ଇଡି ଉପରେ ପ୍ରତିବନ୍ଧକ ଲଗାଇ ନିଜ ଇଚ୍ଛାରେ କାର୍ଯ୍ୟ କରୁଥିଲେ। ହେଲେ ଜଗନ ମୋହନ ଏସବୁ ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛନ୍ତି। ଏବେ ସିବିଆଇ ଆନ୍ଧ୍ରରେ ପ୍ରବେଶ କରି ତଦନ୍ତ କରିପାରିବ। ସେ କେବେ ହେଲେ ଚୋରଙ୍କୁ ଛାଡ଼ିବେ ନାହିଁ। ଏକଥା ଚନ୍ଦ୍ରବାବୁ ଭଲ ଭାବେ ମନେ ରଖିବା ଦରକାର।”

Related story