ପୁଣି ଜଗନଙ୍କ ଟାର୍ଗେଟରେ ଚନ୍ଦ୍ରବାବୁ, ପରିବାର ଲୋକଙ୍କ ସୁରକ୍ଷା ପ୍ରତ୍ୟାହାର

ହାଇଦ୍ରାବାଦ: ଗୋଟିଏ ପଟେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଆମେରିକାରେ ଛୁଟି କାଟୁଥିବା ବେଳେ ଅନ୍ୟପଟେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଜଗନ ମୋହନ ରେଡ୍ଡୀ ତାଙ୍କୁ ଝଟକା ପରେ ଝଟ୍‌କା ଦେଇ ଚାଲିଛନ୍ତି। ପୂର୍ବରୁ ଚନ୍ଦ୍ରବାବୁଙ୍କ ସୁରକ୍ଷା ପ୍ରୋଟୋକଲକୁ ହ୍ରାସ କରିଥିବା ଜଗନ ମୋହନ ଏବେ ତାଙ୍କ ପୁଅ ଓ ପରିବାର ଲୋକଙ୍କ ପ୍ରତି ସମାନ ନୀତି ଆପଣାଇଛନ୍ତି। ପୂର୍ବରୁ ଚନ୍ଦ୍ରବାବୁଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ନାରା ଲୋକେଶ ଜେଡ୍‌ […]

ww

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 04:11 PM IST

ହାଇଦ୍ରାବାଦ: ଗୋଟିଏ ପଟେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଆମେରିକାରେ ଛୁଟି କାଟୁଥିବା ବେଳେ ଅନ୍ୟପଟେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଜଗନ ମୋହନ ରେଡ୍ଡୀ ତାଙ୍କୁ ଝଟକା ପରେ ଝଟ୍‌କା ଦେଇ ଚାଲିଛନ୍ତି। ପୂର୍ବରୁ ଚନ୍ଦ୍ରବାବୁଙ୍କ ସୁରକ୍ଷା ପ୍ରୋଟୋକଲକୁ ହ୍ରାସ କରିଥିବା ଜଗନ ମୋହନ ଏବେ ତାଙ୍କ ପୁଅ ଓ ପରିବାର ଲୋକଙ୍କ ପ୍ରତି ସମାନ ନୀତି ଆପଣାଇଛନ୍ତି।

ପୂର୍ବରୁ ଚନ୍ଦ୍ରବାବୁଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ନାରା ଲୋକେଶ ଜେଡ୍‌ ପ୍ଲସ ସୁରକ୍ଷା ପାଉଥିଲେ। ହେଲେ ଏବେ ଜଗନ ମୋହନ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ଏବେ ତାଙ୍କୁ ୨+୨ ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି। ସେହିପରି ପୂର୍ବରୁ ଚନ୍ଦ୍ରବାବୁଙ୍କ ପରିବାରକୁ ଦିଆଯାଉଥିବା କାରକେଡ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥାକୁ ଜଗନ ମୋହନ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିନେଇଛନ୍ତି।

ଜଗନ ମୁଖ୍ୟମନ୍ତ୍ରୀ ହେବା ପରେ ଚନ୍ଦ୍ରବାବୁଙ୍କୁ ମିଳୁଥିବା ଭିଆଇପି ସୁବିଧାକୁ ରଦ୍ଦ କରିଥିଲେ। ଏଥିପାଇଁ ଗତ ଶୁକ୍ରବାର ଚନ୍ଦ୍ରବାବୁଙ୍କୁ ବିମାନବନ୍ଦରରେ ସାଧାରଣ ଲୋକଙ୍କ ଭଳି ଚେକିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଜଗନ ମୋହନଙ୍କ ଏଭଳି ନିଷ୍ପତ୍ତିକୁ ଟିଡିପି ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।

Related story