ଜମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରମୂଳା ସେକ୍ଟରର ଉରି ଅଞ୍ଚଳରେ ଏନ୍‌କାଉଣ୍ଟର।  ଆଜି ସକାଳେ ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ସେଠାରେ ଆଉ ୨ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ସିଲ୍ କରି ଦିଆଯିବା ସହ ସର୍ଚ୍ଚ ଅପରେସନ୍ ଜାରି ରଖାଯାଇଛି। ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ ପାଇଁ ଆସିଥିବା ଆଶଙ୍କା କରାଯାଉଛି। ଗତକାଲି ଉରି ସେକ୍ଚରରେ ଅସ୍ତ୍ରଶସ୍ତ୍ର ସହ ୩ ଜଣ ଆତଙ୍କବାଦୀ […]

jammusijfire

jammusijfire

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 11:40 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରମୂଳା ସେକ୍ଟରର ଉରି ଅଞ୍ଚଳରେ ଏନ୍‌କାଉଣ୍ଟର।  ଆଜି ସକାଳେ ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ସେଠାରେ ଆଉ ୨ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ସିଲ୍ କରି ଦିଆଯିବା ସହ ସର୍ଚ୍ଚ ଅପରେସନ୍ ଜାରି ରଖାଯାଇଛି।

ଆତଙ୍କବାଦୀମାନେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ ପାଇଁ ଆସିଥିବା ଆଶଙ୍କା କରାଯାଉଛି। ଗତକାଲି ଉରି ସେକ୍ଚରରେ ଅସ୍ତ୍ରଶସ୍ତ୍ର ସହ ୩ ଜଣ ଆତଙ୍କବାଦୀ ଥିବା ସୂଚନା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଜବାବରେ ସୁରକ୍ଷାକର୍ମୀ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଗତବର୍ଷ ଉରିରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୯ ଯବାନ ସହିଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos