ଜମ୍ମୁ-କାଶ୍ମୀର ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ବିରୋଧୀ ଦଳ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଚାଲିଥିବା ହିଂସାକୁ ନେଇ ଆଲୋଚନା ସମୟରେ ପେଲେଟ୍‌ ଗନ୍‌କୁ ତୁରନ୍ତ ବ୍ୟାନ୍‌ କରିବାକୁ ଦାବି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଓମାର ଅବଦୁଲ୍ଲା କହିଛନ୍ତି,“ ଜମ୍ମୁ କାଶ୍ମୀର ରାଜନୀତିକୁ ଆଖାଡ଼ା କରିବା ଉଚିତ୍‌ ନୁହେଁ। ଏବେ ଆରୋପ ଓ ପ୍ରତ୍ୟାରୋପ କରିବାର ସମୟ ନାହିଁ।” ସୂଚନାଯୋଗ୍ୟ, ଗତ ଜୁଲାଇ ୮ରେ  ହିଜୁବୁଲ୍‌ ମୁଜାହିଦ୍ଦିନ୍‌ର […]

modi-omar

modi-omar

Rakesh Mallick
  • Published: Monday, 22 August 2016
  • Updated: 22 August 2016, 01:38 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ବିରୋଧୀ ଦଳ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଜମ୍ମୁ-କାଶ୍ମୀରରେ ଚାଲିଥିବା ହିଂସାକୁ ନେଇ ଆଲୋଚନା ସମୟରେ ପେଲେଟ୍‌ ଗନ୍‌କୁ ତୁରନ୍ତ ବ୍ୟାନ୍‌ କରିବାକୁ ଦାବି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଓମାର ଅବଦୁଲ୍ଲା କହିଛନ୍ତି,“ ଜମ୍ମୁ କାଶ୍ମୀର ରାଜନୀତିକୁ ଆଖାଡ଼ା କରିବା ଉଚିତ୍‌ ନୁହେଁ। ଏବେ ଆରୋପ ଓ ପ୍ରତ୍ୟାରୋପ କରିବାର ସମୟ ନାହିଁ।”

ସୂଚନାଯୋଗ୍ୟ, ଗତ ଜୁଲାଇ ୮ରେ  ହିଜୁବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ବୁରହାନ୍ ୱାନିଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା। ଏହାପରେ ଘାଟିରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର ହିଂସାରେ ପ୍ରାୟ ୭୦ ଲୋକଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos