ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଜାପାନ

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଆଜି ଜାପାନ ମୁହଁ ଖୋଲିଛି। ଲଦାଖ ପ୍ରସଙ୍ଗରେ ଜାପାନ ବନ୍ଧୁ ଭାରତକୁ ସମର୍ଥନ କରିଥିବା ବେଳେ ଚାଇନାକୁ ପରୋକ୍ଷରେ ବିରୋଧ କରିଛି। ଜାପାନ କହିଛି ଯେ ଦୁଇ ଦେଶ ବୁଝାମଣା ଭିତ୍ତିରେ ବିବାଦର ସମାଧାନ ପାଇଁ ସଂକଳ୍ପ ପାରିତ କରିବା ଦରକାର। ସେହିପରି ଏଲଏସିର ଷ୍ଟାସ କୋ ବଦଳାଇବା ଘଟଣାକୁ ଜାପାନ ଜୋରଦାର ବିରୋଧ କରୁଛି ବୋଲି ଟୋକିଓ କହିଛି।

ଗଲୱାନ ଉପତ୍ୟକା ସଂଘର୍ଷ ପରେ ସୀମାରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏଲଏସି ସ୍ଥିତି ସମ୍ପର୍କରେ ଭାରତ ପକ୍ଷରୁ ଜାପାନକୁ ଅବଗତ କରାଯାଇଛି। ଏହାପରେ ଜାପାନର ରାଷ୍ଟ୍ରଦୂତ ସଟୋଶି ସୁଜୁକି ଟ୍ୱିଟ କରି କହିଛନ୍ତି, ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲଙ୍କ ସହ ଭଲ ଭାବେ ଆଲୋଚନା ହୋଇଛି।

ଏଲଏସି ସ୍ଥିତି ବାବଦରେ ସେ ବେଶ ଭଲ ଭାବେ ସବୁ ତଥ୍ୟ ଦେଇଛନ୍ତି। ଭାରତର ସରକାର ବିବାଦର ସମାଧାନ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି, ସେକଥା ମଧ୍ୟ କହିଛନ୍ତି। ଜାପାନ ମଧ୍ୟ ଶାନ୍ତିପୂର୍ଣ୍ଣ ସଂକଳ୍ପ ସପକ୍ଷରେ ରହିଛି। ଏଲଏସିର ସ୍ଥିତାବସ୍ଥା ପରିବର୍ତ୍ତନ କରିବାର ସମସ୍ତ ଉଦ୍ୟମକୁ ଜାପାନ ଜୋରଦାର ବିରୋଧ କରୁଛି। ସ୍ଥିତାବସ୍ଥା ବଦଳାଇବାକୁ ଜାପାନ କେବେ ହେଲେ ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି।

ମେ’ ମାସ ଆରମ୍ଭରୁ ଭାରତ ଓ ଚାଇନା ସୈନ୍ୟ ସୀମାରେ ମୁହାଁମୁହିଁ ହେଉଛନ୍ତି। ଜୁନ୍‌ ୧୫ରେ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ସେବେଠାରୁ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ

ଗେହଲଟଙ୍କ ନିକମା ଶବ୍ଦରେ ଆଘାତ ପାଇଥିବା କହିଲେ ସଚିନ ପାଇଲଟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ନୂଆ ଆଇନ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅକୁ ମିଳିବ ସମ୍ପତ୍ତିର ଭାଗ

ବର୍ଷକ ପରେ ଜମ୍ମୁ-କଶ୍ମୀରକୁ ଫେରିବ ୪ଜି ଇଣ୍ଟରନେଟ ସେବା