କୋର୍ଟରେ ହାଜର ହେଲେ ଜାଭେଦ ଅଖତର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଅପରାଧିକ ମାନହାନୀ କେସ୍‌ କରିଥିବା ଜାଭେଦ ଅଖତର ଆଜି କୋର୍ଟରେ ହାଜର ହୋଇଛନ୍ତି। ଆଜି ସେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ସେ ଏହି ଠାରେ ହିଁ କଙ୍ଗନାଙ୍କ ନାଁରେ ମାନହାନୀ କେସ କରିଥିଲେ। ନିୟମ ଅନୁସାରେ କେସ୍‌ କରିଥିବା ଲୋକ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ନିଜର ପରିଚୟ ଓ ପକ୍ଷ ରଖିବେ। ତେଣୁ ଆଜି ଜାଭେଦ ଅଖତର କରୋନା […]

fd

fd

Hemant Lenka
  • Published: Thursday, 03 December 2020
  • Updated: 03 December 2020, 05:13 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଅପରାଧିକ ମାନହାନୀ କେସ୍‌ କରିଥିବା ଜାଭେଦ ଅଖତର ଆଜି କୋର୍ଟରେ ହାଜର ହୋଇଛନ୍ତି। ଆଜି ସେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ସେ ଏହି ଠାରେ ହିଁ କଙ୍ଗନାଙ୍କ ନାଁରେ ମାନହାନୀ କେସ କରିଥିଲେ।

ନିୟମ ଅନୁସାରେ କେସ୍‌ କରିଥିବା ଲୋକ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ନିଜର ପରିଚୟ ଓ ପକ୍ଷ ରଖିବେ। ତେଣୁ ଆଜି ଜାଭେଦ ଅଖତର କରୋନା ମହାମାରୀ ସତ୍ତ୍ୱେ କୋର୍ଟରେ ହାଜର ହୋଇଥିଲେ। ବର୍ତ୍ତମାନ ମାମଲାର ଭେରିଫିକେସନ ସରିଛି ଓ ଆସନ୍ତା ୧୯ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

କଙ୍ଗନା ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଜାଭେଦ ଅଖତରଙ୍କ ବିଷୟରେ ବୟାନ ଦେଇଥିଲେ। ଏହାଦ୍ୱାରା ଜାଭେଦ ଅଖତରଙ୍କ ସମ୍ମାନରେ ଆଞ୍ଚ ଆସିଥିବା ସେ କହିଛନ୍ତି। ସାକ୍ଷାକାରର ଭିଡିଓକୁ ଆଧାର କରି କଙ୍ଗନାଙ୍କ ନାଁରେ ମାମଲା ଆଗକୁ ବଢ଼ାଇବାକୁ ସେ ଆବେଦନ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଅଯଥା ତାଙ୍କ ନାଁକୁ ଆଣିଥିବାରୁ ଜାଭେଦ ଅଖତର ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟରେ ମାନହାନୀ ମାମଲା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos