ଗାଧୁଆ ଘରେ ପଡ଼ିଯିବାପରେ ଆହତ ଜୟଲଳିତା ହସ୍ପିଟାଲ ଯିବାକୁ ମନା କରିଥିଲେ: ଶଶିକଳା

ତାମିଲନାଡୁ:  ୨୨ ସେପ୍ଟେମ୍ବର ୨୦୧୬ରେ ଓ୍ୱାସରୁମରେ ପଡିଯିବା ପରେ ଆହତ ହୋଇଥିଲେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା। ହେଲେ ସେ ହସ୍ପିଟାଲ ଯିବାକୁ ମନା କରିଥିଲେ। ଜୟାଙ୍କ ମୃତ୍ୟୃକୁ ନେଇ ତଦନ୍ତ ବେଳେ ଅବସରପ୍ରାପ୍ତ ଜଜଙ୍କ ଆଗରେ ଏଭଳି ବୟାନ ରଖିଛନ୍ତି ସହଯୋଗୀ ଭି.କେ ଶଶିକଳା। ଏହାସହ ସେ କହିଛନ୍ତି, ହସ୍ପିଟାଲରେ ଜୟଲଳିତାଙ୍କ ଚାରିଥର ଭିଡିଓଗ୍ରାଫି କରାଯାଇଥିଲା। ତେବେ ଜୟଲଳିତାଙ୍କୁ ଏଆଇଏଡିଏମ୍‌କେର ନେତା ଓ ମନ୍ତ୍ରୀ ତିନି ମାସ ଧରି ନଭେଟିବାକୁ ଦେବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଓ. ପନିରସେଲଭମ ଏବଂ

ଏମ୍. ଥମ୍ବିଦୁରାଇଙ୍କ ସହ ଏଆଇଏଡିଏମ୍‌କେର ବହୁ ବରିଷ୍ଠ ନେତା ମେଡିକାଲରେ ଜୟଲଳିତାଙ୍କୁ ଭେଟିଥିବା ସେ କହିଛନ୍ତି। ଜୟଲଳିତାଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସାକୁ ନେଇ ଗତ ସପ୍ତାହରେ ଶଶିକଳାଙ୍କୁ ପଚରାଉଚୁରା କରାଯାଇଥିଲା।  ବୟାନ ରେକର୍ଡ ପରେ ସମସ୍ତ ତଥ୍ୟକୁ ଜଷ୍ଟିସ ଏ ଅରମୁର୍ଗସ୍ୱାମୀନିକଟକୁ ପଠାଯାଇଛି।

୨୨  ସେପ୍ଟେମ୍ବର ୨୦୧୬ରେ ଜୟଲଳିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଯାଇଥିଲା  ଦୀର୍ଘ ତିନିମାସର ଚିକିତ୍ସା ପରେ ୨୦୧୬ ଡିସେମ୍ବର ୫ରେ ସେ ପ୍ରାଣ ହରାଇଥିଲେ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।