ମୋଦି-ଶାହଙ୍କ 'ସରପ୍ରାଇଜ୍‌ ପ୍ୟାକେଜ୍‌': ଏସ୍‌ ଜୟଶଙ୍କର ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି-୨ ସରକାରରେ ସବୁଠାରୁ ବଡ଼ ‘ସରପ୍ରାଇଜ୍‌ ପ୍ୟାକେଜ୍‌’ ହେଉଛନ୍ତି ଏସ୍‌ ଜୟଶଙ୍କର। ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବାଛିବା ଓ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଦେବା। ମୋଦି-୧ ସରକାରରେ ଏସ୍‌ ଜୟଶଙ୍କର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍‌ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। […]

w

Hemant Lenka
  • Published: Friday, 31 May 2019
  • , Updated: 31 May 2019, 03:28 PM IST

ନୂଆଦିଲ୍ଲୀ: ମୋଦି-୨ ସରକାରରେ ସବୁଠାରୁ ବଡ଼ 'ସରପ୍ରାଇଜ୍‌ ପ୍ୟାକେଜ୍‌' ହେଉଛନ୍ତି ଏସ୍‌ ଜୟଶଙ୍କର। ମୋଦି-ଶାହ ଯୋଡ଼ି ସମସ୍ତଙ୍କୁ ଚକମା ଦେଇ ପୂର୍ବତନ ବୈଦେଶିକ ସଚିବ ଏସ୍‌ ଜୟଶଙ୍କରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବାଛିବା ଓ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ଵ ଦେବା। ମୋଦି-୧ ସରକାରରେ ଏସ୍‌ ଜୟଶଙ୍କର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ୧୬ ମାସ ତଳେ ଅବସର ନେଇଥିଲେ। ପ୍ରଥମ ଡିପ୍ଲୋମାଟ୍‌ ଭାବେ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ବୈଦେଶିକ ସଚିବ ହେବା ପୂର୍ବରୁ ଜୟଶଙ୍କର ଆମେରିକା ଓ ଚାଇନାରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ। ୧୯୭୭ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଜୟଶଙ୍କର ଚାଇନା ସହ ହୋଇଥିବା ଭାରତର ଡୋକଲାମ ବିବାଦ ସମାଧାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମନମୋହନ ସିଂହ ସରକାର ଅମଳରେ ମଧ୍ୟ ଏସ୍‌ ଜୟଶଙ୍କର ଆମେରିକା ଓ ଭାରତ ମଧ୍ୟରେ ପରମାଣୁ ଡିଲ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୨୦୧୯ରେ ଏସ୍‌ ଜୟଶଙ୍କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜୟଶଙ୍କର ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଗ୍ରାଜୁଏଟ ହୋଇଥିଲେ। ଏହାପରେ ଜେଏନ୍‌ୟରୁ ସେ ରାଜନୀତି ବିଜ୍ଞାନରେ ପ୍ରଥମେ ଏମ୍‌ଏ ଓ ପରେ ଏମ୍‌ଫିଲ ଏବଂ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ।

Related story