ପ୍ରଶାନ୍ତ କିଶୋରଙ୍କୁ ଜବାବ ଦେଲା ଜେଡିୟୁ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଓ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ମୋଦି ଓ ଶାହଙ୍କୁ ସମାଲୋଚନା କରି ଜେଡିୟୁରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ଆଜି ନୀତୀଶ କୁମାରଙ୍କ ବିକାଶ ମଡେଲ ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବ ଜେଡିୟୁ ପକ୍ଷରୁ ଦିଆଯାଇଛି। ଜେଡିୟୁ ମୁଖପାତ୍ର କେସି ତ୍ୟାଗି କହିଛନ୍ତି, “ସେ ଆମ ଆଦମୀ ପାର୍ଟି(ଆପ) ପାଇଁ ଓକିଲାତି କରନ୍ତୁ। ସେ ତାଙ୍କର ବ୍ୟବସାୟ ପାଇଁ […]

wv

wv

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 08:05 PM IST

Sports

Latest News

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଓ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ମୋଦି ଓ ଶାହଙ୍କୁ ସମାଲୋଚନା କରି ଜେଡିୟୁରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ଆଜି ନୀତୀଶ କୁମାରଙ୍କ ବିକାଶ ମଡେଲ ଉପରେ ପ୍ରଶ୍ନ ଉଠାଇଥିଲେ।

ଏହାର ଜବାବ ଜେଡିୟୁ ପକ୍ଷରୁ ଦିଆଯାଇଛି। ଜେଡିୟୁ ମୁଖପାତ୍ର କେସି ତ୍ୟାଗି କହିଛନ୍ତି, “ସେ ଆମ ଆଦମୀ ପାର୍ଟି(ଆପ) ପାଇଁ ଓକିଲାତି କରନ୍ତୁ। ସେ ତାଙ୍କର ବ୍ୟବସାୟ ପାଇଁ ଅଧିକ ସମୟ ଦେବା ସହ ସେ ବିଷୟରେ ଚିନ୍ତା କରନ୍ତୁ। ତାଙ୍କ କାମ ହେଲା ସେ ଜଣେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ। ରାଜନୀତି ଆଦୌ ତାଙ୍କ କପର ଚା’ ନୁହେଁ। ସେ ଏକାଧିକ ଦଳ ପାଇଁ କାମ କରିଛନ୍ତି। ସେ ଏବେ ସେହି କାମ କରନ୍ତୁ। ଅଯଥା ରାଜନୀତିରେ ପ୍ରବେଶ କରନ୍ତୁ ନାହିଁ।”

ପ୍ରଶାନ୍ତ କିଶୋର ଓ ଜେଡିୟୁର ଅନ୍ୟତମ ବରିଷ୍ଠ ନେତା ପବନ ବର୍ମା ବିବାଦୀୟ ନାଗରିକତା ସଂଶୋଧନ ଆଇନ ଉପରେ ପ୍ରଶ୍ନ ଉଠାଇ ଥିଲେ। ଏଥିସହ ଜେଡିୟୁର ସୁପ୍ରିମୋ ନୀତୀଶ କୁମାରଙ୍କ ଆଭିମୁଖ୍ୟକୁ ମଧ୍ୟ ସମାଲୋଚନା କରିଥିଲେ। ଏଥିପାଇଁ ଉଭୟଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।

ଏବେ ପ୍ରଶାନ୍ତ କିଶୋର ଜେଡିୟୁ ଓ ନୀତୀଶ କୁମାରଙ୍କ ବିକାଶ ମଡେଲ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ଏଭଳି ପ୍ରଶ୍ନବାଣ ଜେଡିୟୁ ଓ ସହଯୋଗୀ ବିଜେପିକୁ ଅଡ଼ୁଆରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos