ବର୍ଷକକୁ ୪ଥର ଜେଇଇ ମେନ୍‌, ଓଡ଼ିଆରେ ବି ହେବ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ବର୍ଷକୁ ୪ଟି ସେସନରେ ହେବ ଜେଇଇ-ମେନ। ଜଣେ ଶିକ୍ଷାର୍ଥୀ ୪ଥର ଚାହିଁଲେ ଜେଇଇ-ମେନ୍ସ ପରୀକ୍ଷା ଦେଇପାରିବେ ଓ ଶ୍ରେଷ୍ଠ ପରୀକ୍ଷାର ରାଙ୍କ ଭିତ୍ତିରେ ଆଡମିସନ କରିପାରିବେ। ସେହିପରି ପ୍ରଥମଥର ପାଇଁ ଇଂରାଜୀ ସମେତ ୧୩ ଭାଷାରେ ପିଲାମାନେ ଏହି ପରୀକ୍ଷା ଦେଇପାରିବେ। ଏଥିରେ ଓଡ଼ିଆ ମଧ୍ୟ ରହିଛି। ଏ ସମ୍ପର୍କରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଶ୍ରୀ ପୋଖରିୟାଲ କହିଛନ୍ତି, ସବୁ ପ୍ରକାରର ବିତର୍କ ଓ ସ୍ଥିତିକୁ […]

df

df

Hemant Lenka
  • Published: Wednesday, 16 December 2020
  • Updated: 16 December 2020, 09:11 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ବର୍ଷକୁ ୪ଟି ସେସନରେ ହେବ ଜେଇଇ-ମେନ। ଜଣେ ଶିକ୍ଷାର୍ଥୀ ୪ଥର ଚାହିଁଲେ ଜେଇଇ-ମେନ୍ସ ପରୀକ୍ଷା ଦେଇପାରିବେ ଓ ଶ୍ରେଷ୍ଠ ପରୀକ୍ଷାର ରାଙ୍କ ଭିତ୍ତିରେ ଆଡମିସନ କରିପାରିବେ। ସେହିପରି ପ୍ରଥମଥର ପାଇଁ ଇଂରାଜୀ ସମେତ ୧୩ ଭାଷାରେ ପିଲାମାନେ ଏହି ପରୀକ୍ଷା ଦେଇପାରିବେ। ଏଥିରେ ଓଡ଼ିଆ ମଧ୍ୟ ରହିଛି। ଏ ସମ୍ପର୍କରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି।

ଶ୍ରୀ ପୋଖରିୟାଲ କହିଛନ୍ତି, ସବୁ ପ୍ରକାରର ବିତର୍କ ଓ ସ୍ଥିତିକୁ ବିଚାରକୁ ନେଇ ଆସନ୍ତାବର୍ଷ ଠାରୁ ୪ଟି ସେସନରେ ଜେଇଇ ମେନ୍ସ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ବର୍ଷକୁ ଗୋଟିଏ ଥର ଜେଇଇ ପରୀକ୍ଷା ହେଉଥିଲା। କିନ୍ତୁ ୨୦୨୧ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ୪ଟି ଜେଇଇ ମେନ ପରୀକ୍ଷା ହେବ।

ଫେବୃଆରୀ ୨୩ରୁ ୨୬ ମଧ୍ୟରେ ପ୍ରଥମ ସେସନ ଜେଇଇ ମେନ୍ସ ପରୀକ୍ଷା ହେବ। ଏଥିରେ କୌଣସି ନେଗେଟିଭ ମାର୍କିଂ ହେବନି। ସେହିପରି ମାର୍ଚ୍ଚ ୧୫ରୁ ୨୮ ମଧ୍ୟରେ ଦ୍ୱିତୀୟ, ଏପ୍ରିଲ ୨୭ରୁ ୩୦ ମଧ୍ୟରେ ତୃତୀୟ ଏବଂ ମେ’ ୨୪ରୁ ୨୮ ମଧ୍ୟରେ ୪ର୍ଥ ସେସନ ପରୀକ୍ଷା ହେବ। ଆଜିଠାରୁ ଜାନୁଆରୀ ୧୬ ଯାଏ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆବେଦନ ଫି’କୁ ଶିକ୍ଷାର୍ଥୀମାନେ ଜାନୁଆରୀ ୧୭ ଯାଏ jeemain.nta.nic.in.ରେ ଦାଖଲ କରିପାରିବେ। ପ୍ଲସ ୨ରେ ଯେଉଁ ଶିକ୍ଷାର୍ଥୀମାନେ ଅତିକମରେ ୫ଟି ବିଷୟରେ ପାସ୍‌ ହୋଇଥିବେ ସେମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ।

ଅନେକ ସମୟରେ ଛାତ୍ରଛାତ୍ରୀମାନେ ଗୋଟିଏ ପରୀକ୍ଷା ପାଇଁ ଆଉ ଗୋଟିଏ ପରୀକ୍ଷାକୁ ମିସ୍ କରୁଛନ୍ତି। ଏହାକୁ ଅଧିକ ସୁଗମ କରି ଶିକ୍ଷାର୍ଥୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଉଛି।

ଛାତ୍ରଛାତ୍ରୀମାନେ ଏହି ୪ଟିରୁ ଗୋଟିଏ କିମ୍ବା ୪ଟି ଯାକ ପରୀକ୍ଷା ଦେଇପାରିବେ। ଯେଉଁ ପରୀକ୍ଷାରେ ସେମାନେ ଭଲ ମାର୍କ ରଖିଥିବେ, ସେହି ଆଧାରରେ ରାଙ୍କିଙ୍ଗ ସ୍ଥିର କରାଯିବ। ପୂର୍ବଭଳି ଜେଇଇ ମେନ୍‌ର ପାଠ୍ୟ ଖସଡ଼ା ସମାନ ରହିବ। କିନ୍ତୁ ୨୦୨୧ରେ ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବାକୁ ଯୋଜନା ହେଉଛି।

ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ୯୦ଟି ଯାକ ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ଥିଲା। ଆସନ୍ତା ବର୍ଷ ଠାରୁ ସେହି ୯୦ଟି ପ୍ରଶ୍ନ ରହିବ, କିନ୍ତୁ ୭୫ଟି ପ୍ରଶ୍ନର ଉତ୍ତର ଦେବାକୁ ବିକଳ୍ପ ଦିଆଯିବ। ଏହାର ଅର୍ଥ ଫିଜିକ୍ସ, ବାୟୋଲଜି ଓ ମ୍ୟାଥମେଟିକ୍ସରୁ ୨୫ଟି ଲେଖାଏ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ଦେବେ ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ବର୍ଷ ଠାରୁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୧ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। ଏଥିରେ ଆସାମିଜ୍‌, ବେଙ୍ଗଲି, ଗୁଜରାଟୀ, କନ୍ନଡ, ମାଲାୟାଲମ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦ୍ୱ ଓ ମରାଠୀ ଭାଷା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story