ତିନି ବର୍ଷର ଝିଅକୁ ଛାଡ଼ି ଜୈନଭିକ୍ଷୁ ହେବାକୁ ବାହାରିଥିବା ଦମ୍ପତିଙ୍କ ବାଟ ଓଗାଳିଲା ପ୍ରଶାସନ, ଦୀକ୍ଷା ସମାରୋହ ଉପରେ ରୋକ୍

ନୂଆଦିଲ୍ଲୀ: ନିଜ ୩ ବର୍ଷର ଝିଅ ନାଁରେ ୧୦୦ କୋଟି ଟଙ୍କାର ସଂପତ୍ତି ଛାଡ଼ି ଜୈନଭିକ୍ଷୁ ହେବାକୁ ବାହାରିଥିବା କୋଟିପତି ଦମ୍ପତ୍ତିଙ୍କ ବାଟ ଓଗାଳିଲା ପ୍ରଶାସନ।  ଆଜି ହେବାକୁ ଥିବା ଦୀକ୍ଷା ସମାରୋହ ଉପରେ ପ୍ରଶାସନ ରୋକ୍ ଲଗାଇଛି।

ଯୁବ ଦମ୍ପତି ସୁମିତ ରାଠୋର ଓ ଅନାମିକା ରାଠୋର ସୁରତର ଏକ ଜୈନ ମନ୍ଦିରରେ ସୁଦ୍ଧମାର୍ଗି ଜୈନ ଆଚାର୍ଯ୍ୟ ରାମଲାଲ ମହାରାଜଙ୍କଠାରୁ ଆଜି ଦୀକ୍ଷା ଗ୍ରହଣ କରିବାର ଥିଲା। କିନ୍ତୁ ଏହି ଦୀକ୍ଷା ସମାରୋହ ଉପରେ ପ୍ରଶାସନ ବର୍ତ୍ତମାନ ରୋକ୍ ଲଗାଇ ଦେଇଛି। ପ୍ରଶାସନର କହିବା ମୁତାବକ ୩ ବର୍ଷର ଝିଅ ଇଭାଙ୍କ ଲାଳନପାଳନ ପାଇଁ ମାଆର ଆବଶ୍ୟକତା ରହିଛି। ଏଥିସହ ଇଭାକୁ ମାତ୍ର ୩ ବର୍ଷ ହୋଇଥିବାରୁ ତାର ଗାର୍ଡିଅନସିପକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେଣୁ ଗାର୍ଡିଅନସିପକୁ ନେଇ ଆଇନଗତ କାମ ଶେଷ ନ ହେବା ଯାଏଁ ଅନାମିକା ଦୀକ୍ଷା ନେଇପାରିବେ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ପ୍ରଥମେ ଇଭାର ଲାଳନପାଳନ ଓ ଗାର୍ଡିଅନସିପକୁ ନେଇ ମହିଳା ଓ ଶିଶୁ ଆୟୋଗ ଅଭିଯୋଗ କରିଥିଲା। ୩ ବର୍ଷର ଝିଅ ନାଁରେ ଶହେ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଛାଡ଼ି ଜୈନମୁନିର ଦୀକ୍ଷା ନେବାକୁ ନିଷ୍ପତ୍ତି ପରେ ଏହି ଯୁବ ଦମ୍ପତି ଚର୍ଚ୍ଚାରେ ଥିଲେ।

ଆହୁରି ପଢ଼ନ୍ତୁ- ୩ ବର୍ଷର ଝିଅ ଓ ଶହେ କୋଟିର ସମ୍ପତ୍ତି ଛାଡ଼ି ଜୈନଭିକ୍ଷୁ ସାଜିବେ ଦମ୍ପତି

ଆହୁରି ପଢ଼ନ୍ତୁ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ

ଚାଇନାକୁ ବ୍ରିଟେନ ଝଟ୍‌କା: ଦେଶରେ ବ୍ୟାନ୍‌ ହେଲା ହୁୱେଇ

‘ରାମ ରାମ’: ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ସଚିନ ପାଇଲଟ

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

ବିଜେପି ମୁଖ୍ୟାଳୟରେ ପଶିଲା କରୋନା, ୨୦ରୁ ଅଧିକ ଆକ୍ରାନ୍ତ

୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ

ଏହି ରାଜ୍ୟର ବିଜେପି ମୁଖ୍ୟଙ୍କୁ କରୋନା, କ୍ୱାରେଣ୍ଟାଇନରେ ରାମ ମାଧବ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର

ହସ୍ପିଟାଲରେ ଆଉ କେତେ ଦିନ ରହିବେ ବିଗ ବି ଓ ଅଭିଷେକ ବଚ୍ଚନ

୪ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଏକାକରି ସବୁଦିନ ପାଇଁ ଚାଲିଗଲେ କରୋନା ଯୋଦ୍ଧା