ଜିଓ,ଏୟାରଟେଲ୍‌ ଓ ଭୋଡାଫୋନ-ଆଇଡିଆର ଦୈନିକ ୨ଜିବି ଡାଟା ପ୍ଲାନ

ନୂଆଦିଲ୍ଲୀ: କରୋନା ପାଇଁ ଜାରି ଲକଡାଉନ ଓ କଟକଣା ଯୋଗୁ ଲୋକେ ଘରେ ରହୁଛନ୍ତି। କିଏ ଘରେ ରହି ଇଣ୍ଟରନେଟରେ କାମ କରୁଛନ୍ତି ତ ଆଉ କିଏ ଘରେ ବସି ବସି ଇଣ୍ଟରନେଟର ବ୍ୟବହାର କରୁଛନ୍ତି। ପୂର୍ବ ଅପେକ୍ଷା କରୋନା ଲକଡାନ ବେଳେ ଲୋକେ ବହୁଳ ମାତ୍ରାରେ ଇଣ୍ଟରନେଟର ବ୍ୟବହାର କରୁଥିବା ସର୍ଭେରୁ ମଧ୍ୟ ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ପକ୍ଷରୁ  ଡାଟା ପ୍ଲାନରେ ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି।

ଜିଓ: ରିଲାଏନ୍ସ ଜିଓ କମ୍ ମୂଲ୍ୟରେ ଦୈନିକ ୨ ଜିବି ଡାଟା ପ୍ରଦାନ କରୁଛି। ଜିଓ ୨୪୯ ଓ ୫୯୯ ଟଙ୍କାର ରିଚାର୍ଜ ବଦଳରେ ଯଥାକ୍ରମେ ୨୮ ଓ ୮୪ ଦିନର ବୈଧତା ସହିତ ସେବା ଯୋଗାଇ ଦେଉଛି।

ଏହି ପ୍ଲାନରେ ଦୈନିକ ୨ ଜିବି ଡାଟା ସହ ପ୍ରତିଦିନ ୧୦୦ ମାଗଣା ଏସଏମଏସ ମଧ୍ୟ ଉପଲବ୍ଧ।  ଜିଓରୁ ଜିଓକୁ ମାଗଣା ଅସୀମିତ କଲିଂ ବ୍ୟତୀତ ଏହି ପ୍ୟାକରେ ଅନ୍ୟ ନେଟୱର୍କକୁ କଲ କରିବା ପାଇଁ ୧୦୦୦ ଓ ୩ ହଜାର ମିନିଟର ମାଗଣା କଲ ସୁବିଧା ରହିଛି।

ଏୟାରଟେଲ୍‌: ଏୟାରଟେଲ ତା’ର ୨୮ ଦିନର ପ୍ୟାକ ପାଇଁ ୨୯୮ ଟଙ୍କା ଓ ୮୪ ଦିନର ପ୍ୟାକ ପାଇଁ ୬୮୯ ଟଙ୍କା ଧାର୍ଯ୍ୟ କରିଛି। ଏହି ପ୍ୟାକରେ ପ୍ରତ୍ୟେକ ଦିନ ୨ ଜିବି ଡାଟା ସହିତ ସମସ୍ତ ନେଟୱର୍କକୁ ମାଗଣା କଲିଂର ସୁବିଧା ରହିଛି।  ଏଥିସହିତ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ଉପଲବ୍ଧ ହେଉଛି।

ଭୋଡାଫୋନ-ଆଇଡିଆ: ଭୋଡାଫୋନ-ଆଇଡିଆ ଏହାର ଗ୍ରାହାକ ମାନଙ୍କୁ ଡବଲ ଡାଟା ଅଫର ପ୍ରଦାନ କରୁଛନ୍ତି। କମ୍ପାନୀର ୨୯୯ ଟଙ୍କାର ପ୍ଲାନରେ 28ଦିନ ବୈଧତା ଥିବାବେଳେ ୬୯୯ ଟଙ୍କା ପ୍ୟାକର ବୈଧତା ୮୪ ଦିନ ରହୁଛି । ଏଥିରେ ୨ ଜିବି ଡାଟା ସହିତ ଏକ୍ସଟ୍ରା ୨ ଜିବି ଡାଟା ରହୁଛି। ସମସ୍ତ ନେଟୱର୍କକୁ ମାଗଣା କଲିଂର ସୁବିଧା ସହ ପ୍ରତ୍ୟେକ ଦିନ୧୦୦ ଏସଏମଏସ ମଧ୍ୟ ଉପଲବ୍ଧ ହେଉଛି ।

ତେବେ ଆଗାମୀ ରିଚାର୍ଜରେ ଗ୍ରାହାକ ଏହି ଅଫରର ଫାଇଦା ଉଠାଇପାରିବେ ।

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ