ଜମ୍ମୁ-କଶ୍ମୀର ପାଇଁ ବଡ଼ ବ୍ୟବସ୍ଥା, ଛୁଟିରେ ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତାକାଲି ବକ୍ରୀ ଇଦ୍‌ ପାଇଁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ୧୪୪ ଧାରାକୁ କୋହଳ କରିଛନ୍ତି। ଫଳରେ ଲୋକମାନେ ଯାତାୟାତ କରିପାରୁଛନ୍ତି। ଏଥିସହ ଜମ୍ମୁ-କଶ୍ମୀର ପ୍ରଶାସନ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇଦ୍‌ ପାଳନ ପାଇଁ ଏବେଠାରୁ ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ୱାଭାବିକ ହୋଇଛି। ମଟନ, ଚିକେନ୍‌ ଦୋକାନ ଠାରୁ ଆରମ୍ଭ କରି ଅନେକ ମାର୍କେଟରେ ଲୋକଙ୍କ ଭିଡ଼ ଜମୁଛି। ଶ୍ରୀନଗରେ ଟ୍ରାଫିକ ଚଳଚଞ୍ଚଳ […]

bgt

bgt

Hemant Lenka
  • Published: Sunday, 11 August 2019
  • Updated: 11 August 2019, 01:21 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ବକ୍ରୀ ଇଦ୍‌ ପାଇଁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ୧୪୪ ଧାରାକୁ କୋହଳ କରିଛନ୍ତି। ଫଳରେ ଲୋକମାନେ ଯାତାୟାତ କରିପାରୁଛନ୍ତି। ଏଥିସହ ଜମ୍ମୁ-କଶ୍ମୀର ପ୍ରଶାସନ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇଦ୍‌ ପାଳନ ପାଇଁ ଏବେଠାରୁ ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ୱାଭାବିକ ହୋଇଛି। ମଟନ, ଚିକେନ୍‌ ଦୋକାନ ଠାରୁ ଆରମ୍ଭ କରି ଅନେକ ମାର୍କେଟରେ ଲୋକଙ୍କ ଭିଡ଼ ଜମୁଛି। ଶ୍ରୀନଗରେ ଟ୍ରାଫିକ ଚଳଚଞ୍ଚଳ ହୋଇ ଉଠିଛି।

ଛୁଟି ଦିନରେ ବି ବ୍ୟାଙ୍କ ଓ ଟ୍ରେଜେରୀ ଖୋଲା ରହିବ। ଏଟିଏମ ଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରୁଛି। ଲୋକମାନେ ନିଜ ଇଚ୍ଛା ଅନୁସାରେ ଟଙ୍କା ନେଣଦେଣ କରିପାରିବେ।

କର୍ମଚାରୀଙ୍କ ଦରମା ଓ ଶ୍ରମିକମାନଙ୍କ ପାରିଶ୍ରମିକ ରିଲିଜ୍‌ ହୋଇ ସାରିଛି। ଜିପିଏଫ୍‌, ଗ୍ରାଚ୍ୟୁଟି ଓ ଅନ୍ୟାନ୍ୟ ଅର୍ଥ ମଧ୍ୟ ସଂପୃକ୍ତ ହିତାଧିକାରୀଙ୍କୁ ଦିଆଯାଇଛି।

ଲୋକଙ୍କ ଘର ପାଖରେ ଏଲପିଜି, ଅଣ୍ଡା, କୁକୁଡ଼ା ଓ ପରିବା ପହଞ୍ଚାଇବା ପାଇଁ ଭ୍ୟାନ୍‌ର ବ୍ୟବସ୍ଥା ହୋଇଛି। ଶ୍ରୀନଗରେ ୬ଟି ମଣ୍ଡି ଖୋଲା ଯାଇଛି। ପ୍ରଶାସନ ପକ୍ଷରୁ ଇଦ୍‌ ଉଲ-ଅଜହା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।

ପ୍ରତି ଜିଲ୍ଲାରେ ରାସନ ଘାଟ ଖୋଲା ଯାଇଛି। ଲୋକଙ୍କୁ ରାସନ ସାମଗ୍ରୀ ଦେବା ପାଇଁ ଜମ୍ମୁ-କଶ୍ମୀରରେ ଥିବା ୩,୬୯୭ଟି ରାସନ ଘାଟ ମଧ୍ୟରୁ ୩,୫୫୭ଟି ଏବେ ଖୋଲାଯାଇଛି।

ହଜ ଯାତ୍ରାରେ ସାଉଦି ଆରବ ଯାଇଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଜମ୍ମୁ-କଶ୍ମୀରକୁ ଆଣିବା ପାଇଁ ଅଗଷ୍ଟ ୧୮ ତାରିଖରୁ ବିମାନ ସେବା ମଧ୍ୟ ଆରମ୍ଭ ହେବ। ସମସ୍ତ ଡେପୁଟି କମିଶନର ତୁରନ୍ତ ସେମାନଙ୍କର ନୋଡାଲ ଅଫିସରମାନଙ୍କୁ ଚୟନ କରନ୍ତୁ। ଏହି ନୋଡାଲ ଅଫିସରମାନେ ଅଗଷ୍ଟ ୧୮ ତାରିଖରୁ ବିମାନବନ୍ଦରେ ରହି ହଜ ଶାହିବାନମାନଙ୍କ ସୁରକ୍ଷିତ ଯାତାୟାତରେ ସହଯୋଗ କରିବେ।

ପ୍ରଶାସନ ପକ୍ଷରୁ ୬୫ ଦିନ ପାଇଁ ଅଟା, ୫୫ ଦିନ ପାଇଁ ଚାଉଳ, ୧୭ ଦିନ ପାଇଁ ମଟନ, ଗୋଟିଏ ମାସ ପାଇଁ ଚିକେନ, ୩୫ ଦିନ ପାଇଁ କିରାସିନ, ଗୋଟେ ମାସ ପାଇଁ ଏଲପିଜି ଓ ୨୮ ଦିନ ପାଇଁ ହାଇସ୍ପିଡ୍ ଡିଜେଲ୍ ମହଜୁଦ ରଖାଯାଇଛି।

ଲୋକଙ୍କ ପାଇଁ ୩୦୦ଟି ଟେଲିଫୋନ ବୁଥ ଖୋଲାଯାଇଛି। ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ଓ ବିଦ୍ୟୁତ ବିଭ୍ରାଟର ସମାଧାନ ପାଇଁ ବିପୁଳ ସଂଖ୍ୟାରେ କର୍ମଚାରୀକୁ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story