ମୁକ୍ତ ହେବେ ଓମାର ଓ ମେହେବୁବା!

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଅଟକ ଥିବା କଶ୍ମୀର ନେତାଙ୍କୁ ମୁକ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ ଯୋଜନା ଆରମ୍ଭ ହୋଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅଟକ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ସମେତ ଅନେକ ରାଜନେତାଙ୍କୁ ପ୍ରଶାସନ ମୁକ୍ତ କରିବ ବୋଲି ଜଣାପଡ଼ିଛି। ଏବେ କଶ୍ମୀରର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ସ୍ଥାନୀୟ ପ୍ରଶାସନ ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା […]

e

e

Hemant Lenka
  • Published: Friday, 30 August 2019
  • Updated: 30 August 2019, 05:02 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଅଟକ ଥିବା କଶ୍ମୀର ନେତାଙ୍କୁ ମୁକ୍ତ କରିବା ପାଇଁ ପ୍ରଶାସନିକ ସ୍ତରରେ ଯୋଜନା ଆରମ୍ଭ ହୋଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅଟକ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ସମେତ ଅନେକ ରାଜନେତାଙ୍କୁ ପ୍ରଶାସନ ମୁକ୍ତ କରିବ ବୋଲି ଜଣାପଡ଼ିଛି। ଏବେ କଶ୍ମୀରର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ସ୍ଥାନୀୟ ପ୍ରଶାସନ ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପରେ ହିଁ ଅଟକ ଥିବା ରାଜନେତାଙ୍କୁ ଛଡ଼ା ଯିବ।

ଜଣେ ସରକାରୀ କର୍ମଚାରୀ କହିଛନ୍ତି, “ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଧୀରେ ଧୀରେ ଜମ୍ମୁ-କଶ୍ମୀର ସ୍ଥିତି ସୁଧୁରିବାରେ ଲାଗିଛି। କଟକଣା କୋହଲ ହେବା ଯୋଗୁ ଲୋକମାନେ ଯାତାୟାତ ଆରମ୍ଭ କରିଛନ୍ତି। ସେହିପରି ଦୋକାନ ବଜାର ମଧ୍ୟ ଖୋଲିବା ଆରମ୍ଭ ହୋଇଛି।

ସ୍କୁଲ ଓ ଅନ୍ୟାନ୍ୟା ଶିକ୍ଷାନୁଷ୍ଠାନ ଖୋଲିବା ସହ ଲ୍ୟାଣ୍ଡଲାଇନ୍‌ ସେବା କାର୍ଯ୍ୟକ୍ଷମ ହୋଇଛି। ସେହିପରି କୁପୱାଡା ଓ ହିଣ୍ଡୱାରା ଭଳି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହେଲାଣି। ଆଗକୁ ସ୍ଥିତିରେ ଆହୁରି ପରିବର୍ତ୍ତନ ଆସିବ ବୋଲି ପ୍ରଶାସନ ପକ୍ଷରୁ ଆଶା କରାଯାଉଛି। ସ୍ଥିତି ସ୍ୱାଭାବିକ ହୋଇଗଲେ ଅଟକ ଥିବା ରାଜନେତାମାନଙ୍କୁ ମୁକ୍ତ କରାଯିବ।”

ଅନ୍ୟପକ୍ଷରେ କଶ୍ମୀର ରାଜନେତାଙ୍କୁ ମୁକ୍ତ କରିବା ପାଇଁ ପ୍ରଶାସନ କୌଣସି ବୁଝାମଣା କରିଛି କି ପ୍ରଶ୍ନର ଉତ୍ତର ଦେଇ ଅଧିକାରୀ ଜଣଙ୍କ କହିଛନ୍ତି, “କେହି ବି ଅଟକ ଥିବା ରାଜନେତାଙ୍କ ସହ କୌଣସି ପ୍ରକାରର ଆଲୋଚନା କରିନାହାନ୍ତି। ପୂର୍ବରୁ ମଧ୍ୟ ଏକଥା ଆମେ ସ୍ପଷ୍ଟ କରି ଦେଇଛୁ। ତେବେ କଶ୍ମୀର ରାଜନେତାଙ୍କ ସହ ଆଲୋଚନ କଲେ ଅସୁବିଧା କ’ଣ? ସେମାନେ ଆମ ଦେଶର ନାଗରିକ।”

ସୂତ୍ର ଅନୁଯାୟୀ, ପର୍ଯ୍ୟାୟକ୍ରମେ ହିଁ ଆସନ୍ତା ୨ ସପ୍ତାହ ମଧ୍ୟରେ ଅଟକ ଥିବା ରାଜନେତାଙ୍କୁ ମୁକ୍ତ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି। ଇଣ୍ଟରନେଟକୁ ପାକିସ୍ତାନ ମିଥ୍ୟା ପ୍ରଚାର ପାଇଁ ବ୍ୟବହାର କରୁଛି। ପୂର୍ବରୁ ମଧ୍ୟ ମିଥ୍ୟା ପ୍ରଚାର କରି କଶ୍ମୀରରେ ହିଂସା ସୃଷ୍ଟି କରିବାର ଅନେକ ଘଟଣା ସାମ୍ନାକୁ ଆସିଥିଲା। ତେଣୁ ପ୍ରଶାସନ ଇଣ୍ଟରନେଟ୍‌ ସେବା ଉପରେ କଟକଣା ବଳବତ୍ତର ରଖିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos