ସବୁ ରାଗ ଭୁଲି ଜମ୍ମୁ-କଶ୍ମୀର ପାଇଁ କେନ୍ଦ୍ର ବିରୋଧରେ ଏକାଠି ହେଲେ ସବୁ ରାଜନୀତିକ ଦଳ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଗତବର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଏବେ ଜମ୍ମୁ-କଶ୍ମୀରର ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ଏକାଠି ହୋଇ କେନ୍ଦ୍ର ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରେ ଧାରେ ୩୭୦ ପୁଣିଥରେ ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏଥିପାଇଁ ସବୁ ରାଜନୀତିକ ଦଳ ନିଜ ନିଜ ମଧ୍ୟରେ ଥିବା ପୂର୍ବ ବିବାଦକୁ ଭୁଲି ହାତ ମିଳାଇଛନ୍ତି।

ନ୍ୟାଶନାଲ କନଫରେନ୍ସ, ପିଡିପି, ସିପିଆଇ-ଏମ, କଂଗ୍ରେସ ଓ ଆୱାମି ନ୍ୟାଶନାଲ କନଫରେନ୍ସ ଏକାଠି ହୋଇ ଏକ ପ୍ରେସ ବିବୃତି ଜାରି କରିଛନ୍ତି। ଏଥିରେ ସେମାନେ ଲେଖିଛନ୍ତି ଯେ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଯୋଗୁ ଜମ୍ମୁ-କଶ୍ମୀର ଓ ଦିଲ୍ଲୀ ମଧ୍ୟରେ ଥିବା ସମ୍ପର୍କକୁ ବଦଳାଇ ଦେଇଛନ୍ତି।

ଭାରତୀୟ ସମ୍ବିଧାନାର ଧାରା ୩୭୦ ଅନୁଯାୟୀ ଜମ୍ମୁ-କଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତାକୁ ପୁଣିଥରେ ଲାଗୁ କରିବା ପାଇଁ ସେମାନେ ଏକାଠି ଲଢ଼େଇ କରିବେ ବୋଲି କହିଛନ୍ତି। ୨୦୧୯ ଅଗଷ୍ଟ ୪ରେ ହୋଇଥିବା Gupkar declaration ଅନୁଯାୟୀ ସବୁ ରାଜନୀତିକ ଦଳ ଏକାଠି ହୋଇଛନ୍ତି।

ଏହି ଚୁକ୍ତି ଅନୁଯାୟୀ, କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ଏକାଠି ହୋଇ ଜମ୍ମୁ-କଶ୍ମୀର ପାଇଁ ଲାଗୁ ନିୟମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ସମସ୍ତ ନିଷ୍ପତ୍ତିକୁ ବିରୋଧ କରିବେ। ଏହି ଚୁକ୍ତି ବଳରେ ସବୁ ରାଜନୀତିକ ଦଳ ଏକାଠି କେନ୍ଦ୍ରକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ମହିଳା, ଦୁଇ ଝିଅ ଗୁରୁତର

ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍

‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’

ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ବର୍ଷିଲା ଭାରତ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ