କେଜ୍ରିୱାଲଙ୍କ ଘର ଆଗରେ ଜେଏନୟୁ ଓ ଜାମିଆ ଶିକ୍ଷାର୍ଥୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ଜାମିଆ ମିଲିଆ ଇସଲାମିଆ ଓ ଜବାହର ଲାଲ ନେହରୁ(ଜେଏନୟୁ) ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଙ୍ଗଳବାର ମଧ୍ୟରାତ୍ରରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଶିକ୍ଷାର୍ଥୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନିକଟରେ ମଧ୍ୟରାତ୍ରରୁ ବିକ୍ଷୋଭ କରୁଥିବା ବେଳେ ଭୋରରୁ ଏମାନଙ୍କୁ ପୁଲିସ୍‌ ବଳ ପୂର୍ବକୁ ହଟାଇ ଦେଇଛି। ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ବିକ୍ଷୋଭ କରି ଦୁର୍ବୃତ୍ତଙ୍କ […]

w

w

Hemant Lenka
  • Published: Wednesday, 26 February 2020
  • Updated: 26 February 2020, 11:32 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ଜାମିଆ ମିଲିଆ ଇସଲାମିଆ ଓ ଜବାହର ଲାଲ ନେହରୁ(ଜେଏନୟୁ) ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଙ୍ଗଳବାର ମଧ୍ୟରାତ୍ରରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଶିକ୍ଷାର୍ଥୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନିକଟରେ ମଧ୍ୟରାତ୍ରରୁ ବିକ୍ଷୋଭ କରୁଥିବା ବେଳେ ଭୋରରୁ ଏମାନଙ୍କୁ ପୁଲିସ୍‌ ବଳ ପୂର୍ବକୁ ହଟାଇ ଦେଇଛି।

ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକମାନେ ମଧ୍ୟ ବିକ୍ଷୋଭ କରି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ମଧ୍ୟରାତ୍ରରେ ଏମାନେ ଏକାଠି ହୋଇଥିବା ବେଳେ ଭୋର ୪ଟା ସୁଦ୍ଧା ପୁଲିସ୍‌ ଏମାନଙ୍କୁ ହଟାଇ ଦେଇଥିଲା। ଏଥିପାଇଁ ପୁଲିସ୍‌ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରାଯାଇଥିଲା।

ବିକ୍ଷୋଭକାରୀମାନେ କେଜ୍ରିୱାଲଙ୍କୁ ଭେଟି ଦାବିପତ୍ର ଦେବାକୁ ଜିଦ ଧରି ବସିଥିଲେ। ଫଳରେ ପୁଲିସ୍‌ କିଛି ବିକ୍ଷୋଭକାରୀଙ୍କୁ ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନକୁ ନେଇ ଅଟକ ମଧ୍ୟ ରଖାଯାଇଥିଲା।

ବିକ୍ଷୋଭକାରୀମାନେ ନିଜକୁ ଦିଲ୍ଲୀର ସଚେତନ ନାଗରିକ ବୋଲି ପୁଲିସ୍‌କୁ କହିଥିଲେ। ଏଥିସହ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ଥାନୀୟ ବିଧାୟକଙ୍କ ସହ ମିଶି ହିଂସାରେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ନିବେଦନ କରିଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକମାନେ କେମିତି ଠିକ୍‌ ଭାବେ ହସ୍ପିଟାଲରେ ପହଞ୍ଚି ପାରିବେ, ତା’ର ବ୍ୟବସ୍ଥା କରିବାକୁ ମଧ୍ୟ ବିକ୍ଷୋଭକାରୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos