ରେଳବାଇରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କେଉଁ ଅଞ୍ଚଳ ପାଇଁ ବାହାରିଛି କେତେ ପୋଷ୍ଟ

ନୂଆଦିଲ୍ଲୀ: ବୋରୋଜଗାର ଯୁବକ ଯୁବତୀଙ୍କ ପାଇଁ ରେଳବାଇରେ ନିଯୁକ୍ତି ସୁଯୋଗ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସବୁ ଅଞ୍ଚଳର ପ୍ରାର୍ଥୀ ନିଯୁକ୍ତି ପାଇଁ ଆବେଦନ କରିପାରିବେ।  ଉତ୍ତର କେନ୍ଦ୍ରୀୟ ରେଳବାଇ(NCR) ଓ ପଶ୍ଟିମ କେନ୍ଦ୍ରୀୟ ରେଳବାଇ(WCR)ର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ କିପରି ଆବେଦନ କରିବେ ଆସନ୍ତୁ ଜାଣିବା। ଉତ୍ତର କେନ୍ଦ୍ରୀୟ ରେଳବାଇ (NCR) ସମୁଦାୟ ୬୮ଟି ପୋଷ୍ଟ ପାଇଁ ଦରଖାସ୍ତ ଆହ୍ୱନ କରିଛି। ଯାହାର ଆବେଦନର ଶେଷ […]

wcr and ncr railway job

wcr and ncr railway job

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 07:04 PM IST

Sports

Latest News

ନୂଆଦିଲ୍ଲୀ: ବୋରୋଜଗାର ଯୁବକ ଯୁବତୀଙ୍କ ପାଇଁ ରେଳବାଇରେ ନିଯୁକ୍ତି ସୁଯୋଗ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସବୁ ଅଞ୍ଚଳର ପ୍ରାର୍ଥୀ ନିଯୁକ୍ତି ପାଇଁ ଆବେଦନ କରିପାରିବେ।  ଉତ୍ତର କେନ୍ଦ୍ରୀୟ ରେଳବାଇ(NCR) ଓ ପଶ୍ଟିମ କେନ୍ଦ୍ରୀୟ ରେଳବାଇ(WCR)ର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ କିପରି ଆବେଦନ କରିବେ ଆସନ୍ତୁ ଜାଣିବା।

ଉତ୍ତର କେନ୍ଦ୍ରୀୟ ରେଳବାଇ (NCR) ସମୁଦାୟ ୬୮ଟି ପୋଷ୍ଟ ପାଇଁ ଦରଖାସ୍ତ ଆହ୍ୱନ କରିଛି। ଯାହାର ଆବେଦନର ଶେଷ ତାରିଖ ରହିଛି ୨୦୧୭ ଡିସେମ୍ବର ୧୦।  ଟ୍ରେଡ୍ ଅପେରେଣ୍ଟିସ୍ ପାଇଁ ନିମ୍ନଲିଖିତ ପଦବୀରେ ଦରଖାସ୍ତ ଆହ୍ୱାନ କରାଯାଉଛି।

SSE- 4 posts

Sr. Tech (Mech) – 4 posts

Tech-I (Mech) – 17 posts

Tech-II (Mech) – 8 posts

Tech-III (Mech) – 2 posts

Sr. Tech (Elect) – 6 posts

Tech-I (Elect) – 15 posts

Tech-II (Elect) – 4 posts

Tech-III (Elect) – 6 posts

Tech-I (Gen. Artisan) – 2 posts

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ITI ର ସାର୍ଟିଫିକେଟ୍ ସହିତ ଦଶମ କିମ୍ବା ଯୁକ୍ତ ଦୁଇ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ରଖି ପାସ କରିଥିବା ଆବଶ୍ୟକ। ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ରେଳବାଇ ଅଫିସିଆଲ୍ ୱେବ୍‌ସାଇଟ୍‌ http://www.ncr.indianrailways.gov.in ରେ ଅବେଦନ କରିପାରିବେ। ଅଫ୍‌ଲାଇନ୍‌ କିମ୍ବା ଆପ୍ଲିକେସନ୍ ଫର୍ମ ମାଧ୍ୟମରେ ଆବେଦନ କରିବା ପାଇଁ Settlement Section, Personnel Branch DRM Office, Jhansi-284003 NCR. ଠିକଣାରେ ଫର୍ମ ପଠାଇ ପାରିବେ।

...............................

ପଶ୍ଟିମ କେନ୍ଦ୍ରୀୟ ରେଳବାଇ(WCR) ପକ୍ଷରୁ ବିଭିନ୍ନ ଅଞ୍ଚଳରେ ୧୧୫୬ଟି ଖାଲି ପଡ଼ିଥିବା ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ସେଥିମଧ୍ୟରୁ ଜବଲପୁରରେ ୪୦୪, କୋଟା ପାଇଁ-୨୯୪, ଭୋପାଲ୍ ସାୱରୀ ଡିବ୍ବା ପାଇଁ-୧୧୩ ଏବଂ ଭୋପାଲ୍ ରେଲୱେରେ ୩୪୫ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି।

ଶିକ୍ଷାଗତ ଯୋଗ୍ୟତା: ପାର୍ଥୀ ଷ୍ଟାପ୍ ସିଲେକ୍ସନ୍‌ କିମିଶନ୍‌(SSC)ପରୀକ୍ଷାରେ ଓ ITI ରେ ୫୦ ପ୍ରିତିଶତ ମାର୍କ ରଖିଥିବା ଆବଶ୍ୟକ।

ବୟସ ସୀମା: ୨୦୧୮ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୪ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବ।

ଅବେଦନ ଫି: ସାଧାରଣ ବର୍ଗର ପୁରୁଷ ଓ ଅନ୍ୟ ପଛୁଆ ବର୍ଗଙ୍କ ଆବେଦନାକାରୀଙ୍କ ପାଇଁ ଆବେଦନ ଫି ୧୭୦ ଟଙ୍କା ରହିଥିବା ବେଳେ ମହିଳାଙ୍କ ପାଇଁ ଏହା ୭୦ଟଙ୍କା ରହିଛି। ସେହିଭଳି ଅନୁସୂଚିତ ଜାତୀ ଓ ଜନଜାତୀ ତଥା ଭିନ୍ନକ୍ଷମଙ୍କ ପାଇଁ ଆବେଦନ ଫି ୭୦ ଟଙ୍କା ରହିଛି।

ଏ ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀ ପଶ୍ଟିମ କେନ୍ଦ୍ରିୟ ରେଳବାଇ(WCR) ୱେବ୍‌ସାଇଟ୍‌କୁ ଲଗ୍‌ଇନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos