ମୁଁ ପାଣିକୁ ନ ଡେଇଁଲେ ମୋ ମାଆ ମରିଯିବ: ବ୍ଲୁ-ହ୍ୱେଲ ପୀଡିତାଙ୍କ ଭୟଙ୍କର ମାନସିକତା

ଯୋଧପୁର (ଓଡ଼ିଶା ରିପୋର୍ଟର): ମୁଁ ପାଣିକୁ ନ ଢେଇଁଲେ ମୋ ମାଆ ମରିଯିବ। ଏ କଥା କହିଛନ୍ତି ସାରା ବିଶ୍ୱରେ ଆତଙ୍କ ମଚାଇଥିବା ଅନ୍‌ଲାଇନ୍‌ ଗେମ୍‌ ବ୍ଲୁ-ହ୍ୱେଲର ଜଣେ ପୀଡିତା। ଏଥିପାଇଁ ସେ ଏକ ପାହାଡରୁ କଲ୍ୟାଣ ହ୍ରଦକୁ ଡେଇଁ ପଡିଥିଲେ। ତେବେ ଠିକ ସମୟରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ନେଇଥିଲେ। ସେ ଏକ ଛୁରିରେ ହାତରେ ବ୍ଲୁ-ହ୍ୱେଲ ଆଙ୍କିଛନ୍ତି। ଏବେ ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏଥିରୁ ଜଣାପଡୁଛି ଏହି ଗେମ୍‌ର ଶିକାର ହେଉଥିବା ଯୁବକଯୁବତୀଙ୍କ ମାନସିକତା ଯେଉଁ ସ୍ଥିତିରେ ରହିଛି।

ଏନେଇ ତାଙ୍କ ପରିବାରକୁ ପୋଲିସ୍‌ ଖବର ଦେଥିଲା। ତାଙ୍କ ବାପା ବିଏସ୍‌ଏଫ୍‌ର ଜଣେ ଯବାନ ବୋଲି ଜଣାପଡିଛି। ବଜାର ଯାଉଛି କହି ଯୁବତୀ ଜଣଙ୍କ ଘରୁ ବାହାରକୁ ଯାଇଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୁବତୀ ଜଣଙ୍କ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇଯାଇଥିଲେ। ଯେତେବେଳେ ତାଙ୍କୁ ଫୋନ କରାଯାଇଥିଲା, ଜଣେ ଅଜଣା ବ୍ୟକ୍ତି ଫୋନ ଉଠାଇ କେହି ଫୋନ୍‌ଟି ଛାଡିଯାଇଥିବା ଓ ସେ ଏହାକୁ ପାଇଥିବା କହିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଏହି ସମୟରେ କଲ୍ୟାଣ ହ୍ରଦ ନିକଟରେ ଝିଅଟିଏ ସ୍କୁଟରରେ ବୁଲୁଥିବା ପୋଲିସ୍‌ ଖବର ପାଇଥିଲା।

ଖବର ପାଇବା ମାତ୍ରେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା। ସେତେବେଳକୁ ଯୁବତୀ ଜଣଙ୍କ ପାହାଡ ଉପରକୁ ଚଢି ଯାଇଥିଲେ। ପୋଲିସ୍‌ କର୍ମୀମାନେ ତାଙ୍କୁ ନ ଡେଇଁବାକୁ ଚିତ୍କାର କରି କହିଥିଲେ ମଧ୍ୟ ସେ କାହା କଥା ନ ଶୁଣି ହ୍ରଦକୁ ଡେଇଁ ପଡିଥିଲେ। ପୋଲିସ ଅଧିକାରୀ ଲେଖରାଜ ସିହାଗ ଏବଂ ବୁଡାଳୀ ତାଙ୍କୁ ଉଦ୍ଧାର କରିଥିଲେ।

ତେବେ ଉଦ୍ଧାର ପରେ ଯୁବତୀ ଜଣଙ୍କ ଯାହା କହିଥିଲେ ସେଥିରେ ସମସ୍ତେ ଚକିତ ହୋଇଯାଇଥିଲେ। ଟ୍ୟାକ୍ସ ପୂରଣ କରିବାକୁ ସେ ହ୍ରଦରେ ଡେଇଁଥିବା କହିଥିଲେ। ଏହାସହ ସେ କହିଥିଲେ, ସେ ହ୍ରଦକୁ ନ ଡେଇଁ ଥିଲେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥାନ୍ତା।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ରାସ୍ତା ମଝିରୁ ୨୦ ଲକ୍ଷ ଲୁଟ୍

ମୁଲାୟମଙ୍କ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ଏମ୍ସର ଚତୁର୍ଥ ମହଲାରୁ ଡେଇଁ ପଡ଼ିଲେ କରୋନା ଆକ୍ରାନ୍ତ ସାମ୍ୱାଦିକ

ମୋଦିଙ୍କ ବିଫଳତା ଉପରେ ହାଭାର୍ଡରେ ପାଠ ପଢ଼ା ହେବ: ରାହୁଲ

ଓଲିଙ୍କ ଗାଦି ରକ୍ଷା ପାଇଁ ଚୀନ୍ ଆକ୍ଟିଭ୍

ଉପରେ ବୁଲିଲା ଆମେରିକାର ଲଢ଼ୁଆ ବିମାନ, ଜଳକା ସାଜିଲା ଚୀନ୍

ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ଭାରତ-ଚାଇନା ବିବାଦ: ଡୋକଲାମ ୭୩ ଦିନ, ଲଦାଖ ୬୦ ଦିନ, କେମିତି ଥିଲା ପୂରା ଘଟଣା

ଦେଶରେ ଏଯାଏ କେତେ କରୋନା ଟେଷ୍ଟ ହେଲାଣି? ସୂଚନା ଦେଲା ଆଇସିଏମଆର

ପ୍ଲାଜମା ଦେଲେ ସମ୍ବିତ ପାତ୍ର, କରୋନାରୁ ସୁସ୍ଥ ହୋଇଥିଲେ

ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ