ଗୁଜରାଟ ରାଜ୍ୟସଭା ଉପନିର୍ବାଚନ: କଂଗ୍ରେସକୁ ସୁପ୍ରିମକୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ଗୁଜରାଟ୍‌ରେ ଖାଲି ପଡ଼ିଥିବା ୨ଟି ଯାକ ରାଜ୍ୟସଭା ସିଟ୍‌ରେ ଗୋଟିଏ ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ନିର୍ବାଚନ କମିଶନଙ୍କୁ ଅଲଗା ଅଲଗା ନିର୍ବାଚନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଜୁଲାଇ ୫ରେ ଏହି ଦୁଇଟି ଆସନ ପାଇଁ ଭୋଟିଂ ହେବ। କିନ୍ତୁ ଅଲଗା ଅଲଗା […]

we

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 06:42 PM IST

ନୂଆଦିଲ୍ଲୀ: ଗୁଜରାଟ୍‌ରେ ଖାଲି ପଡ଼ିଥିବା ୨ଟି ଯାକ ରାଜ୍ୟସଭା ସିଟ୍‌ରେ ଗୋଟିଏ ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ନିର୍ବାଚନ କମିଶନଙ୍କୁ ଅଲଗା ଅଲଗା ନିର୍ବାଚନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଜୁଲାଇ ୫ରେ ଏହି ଦୁଇଟି ଆସନ ପାଇଁ ଭୋଟିଂ ହେବ। କିନ୍ତୁ ଅଲଗା ଅଲଗା ବ୍ୟାଲଟ୍‌ରେ ଭୋଟିଂ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ।

ଏହାକୁ କଂଗ୍ରେସ ବିରୋଧ କରିଥିଲା। ଜୁନ୍‌ ୧୫ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଜୁଲାଇ ୫ରେ ହିଁ ଭୋଟ ହେବ। ହେଲେ ବିଧାୟକମାନେ ଏକସଙ୍ଗରେ ଭୋଟ ଦେଇପାରିବେ ନାହିଁ ବୋଲି ଏଥିରେ କୁହାଯାଇଥିଲା। ନିର୍ବାଚନ କମିଶନଙ୍କ ଏହି ବିଜ୍ଞପ୍ତିକୁ ଗୁଜରାଟ ବିରୋଧୀଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ପରେଶଭାଇ ଧନାନୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଗୁଜରାଟ ବିଧାନସଭାରେ ବିଜେପିର ୧୦୦ ଜଣ ବିଧାୟକ ଥିବାବେଳେ କଂଗ୍ରେସ ପାଖରେ ୭୭ ଜଣ ବିଧାୟକ ରହିଛନ୍ତି। ଏଠାରେ ଗୋଟିଏ ରାଜ୍ୟସଭା ଆସନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୬୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଯଦି ଦୁଇଟି ଯାକ ସିଟ୍‌ ପାଇଁ ବିଧାୟକମାନେ ଗୋଟିଏ ଥରରେ ଭୋଟ୍‌ ଦେଇଥାଆନ୍ତେ, ତା'ହେଲେ କଂଗ୍ରେସ ଗୋଟିଏ ଆସନ ଜିତିବ ବୋଲି ଆଶା କରିଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆମେ କଂଗ୍ରେସର ରିଟ୍‌ ପିଟିସନରେ କୌଣସି ପ୍ରକାରର ହସ୍ତକ୍ଷେପ କରିବୁ ନାହିଁ। କିନ୍ତୁ କଂଗ୍ରେସ ଚାହିଁଲେ ନିର୍ବାଚନ ପରେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଆବେଦନ କରିପାରିବ।

ଏହାପୂର୍ବରୁ ଜୁନ୍‌ ୧୯ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଜୁନ୍‌ ୨୪ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ପ୍ରଶ୍ନ ଉଠୁଛି କଂଗ୍ରେସ ଏକାସାଙ୍ଗରେ ଦୁଇଟି ଆସନରେ ନିର୍ବାଚନ ହେବା କାହିଁକି ଦାବି କରୁଥିଲା। ଏହା ପଛରେ ଏକ ଗଣିତ ରହିଛି। ୨ଟି ନିର୍ବାଚନ ଅଲଗା ହେବା ମାନେ ୨ଟି ଅଲଗା ବ୍ୟାଲଟ ବକ୍ସ ଏବଂ ଦୁଇଟି ଅଲଗା ବ୍ୟାଲଟ୍‌ ପେପର ଜରିଆରେ ଭୋଟିଂ ହେବ। ସମସ୍ତ ୧୭୫ ବିଧାୟକ (୧୦୦ ବିଜେପି, ୭୧ କଂଗ୍ରେସ, ୧ ଏନ୍‌ସିପି, ୨ ଭାରତୀୟ ଟ୍ରାଇବାଲ ପାର୍ଟି ଏବଂ ଜଣେ ସ୍ୱାଧୀନ) ୨ଥର ପୃଥକ ପୃଥକ ଭାବରେ ଭୋଟ୍‌ ଦେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ବିଜେପି ଦୁଇଟି ଆସନରେ ବିଜେପିର ୨ ରାଜ୍ୟସଭା ପ୍ରାର୍ଥୀ ୧୦୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍‌ ପାଇପାରିବେ। ଏହାଫଳରେ ପୁଣି ୭ଟି ରାଜ୍ୟସଭା ଆସନ ବିଜେପି ଖାତାକୁ ଯିବ।

ଯଦି ଅଲଗା ଅଲଗା ଭୋଟ୍‌ ନହୋଇ ଏକାଥରେ ହେବ, ଗୋଟିଏ ଆସନ ଜିତିବା ପାଇଁ ୫୯ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ୍‌ ଦରକାର ହେବ। ଅଳ୍ପେଶ ଠାକୁର ଏବଂ ଧବଲସିଂହ ଜଲା କଂଗ୍ରେସରୁ ଇସ୍ତଫା ଦେଇସାରିଥିବାରୁ କଂଗ୍ରେସର ୬୯ ବିଧାୟକ ଭୋଟ୍‌ ଦେବେ। ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କ ସମର୍ଥନ ମଧ୍ୟ କଂଗ୍ରେସ ପାଇଁ ରହିବ। ଫଳରେ କଂଗ୍ରେସ ଆରାମରେ ଗୋଟିଏ ଆସନ ଦଖଲ କରିପାରିବ।

Related story