ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା: ଆନ୍ଦୋଳନ ସ୍ଥଳରୁ ଅପହରଣ କରି ଛୁରି ଭୁଷିଲେ

ଅଗରତାଲା: ତ୍ରିପୁରାର ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଦିନରାତ୍‌’ର ସାମ୍ବାଦିକ ଶାନ୍ତନୁ ଭୌମିକଙ୍କୁ ଆଜି ଅପହରଣ କରାଯିବା ପରେ ହତ୍ୟା କରାଯାଇଛି। ପଶ୍ଚିମ ତ୍ରିପୁରା ଜିଲ୍ଲାରେ ଇଣ୍ଡିଜିନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ଆନ୍ଦୋଳନର ରିପୋର୍ଟିଂ କରୁଥିବା ବେଳେ ଏହି ଘଟଣା ଘଟିଛି। ପୋଲିସ୍‌ ଅଧିକାରୀ ଅଭିଜିତ ସପ୍ତର୍ଷିଙ୍କ ଅନୁସାରେ ଆଇପିଏଫ୍‌ଟି ରାସ୍ତାରୋକ ଆନ୍ଦୋଳନକୁ ଶାନ୍ତନୁ କଭରେଜ୍‌ କରୁଥିବେ ବେଳେ ଦୁର୍ବୃତ୍ତମାନେ ତାଙ୍କୁ ପଛପଟୁ ଆକ୍ରମଣ କରି ଅପହରଣ କରି ନେଇଥିଲେ। ଖୋଜାଖୋଜି ପରେ ତାଙ୍କ ସନ୍ଧାନ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 11:58 AM IST

ଅଗରତାଲା: ତ୍ରିପୁରାର ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଦିନରାତ୍‌’ର ସାମ୍ବାଦିକ ଶାନ୍ତନୁ ଭୌମିକଙ୍କୁ ଆଜି ଅପହରଣ କରାଯିବା ପରେ ହତ୍ୟା କରାଯାଇଛି। ପଶ୍ଚିମ ତ୍ରିପୁରା ଜିଲ୍ଲାରେ ଇଣ୍ଡିଜିନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ଆନ୍ଦୋଳନର ରିପୋର୍ଟିଂ କରୁଥିବା ବେଳେ ଏହି ଘଟଣା ଘଟିଛି।

ପୋଲିସ୍‌ ଅଧିକାରୀ ଅଭିଜିତ ସପ୍ତର୍ଷିଙ୍କ ଅନୁସାରେ ଆଇପିଏଫ୍‌ଟି ରାସ୍ତାରୋକ ଆନ୍ଦୋଳନକୁ ଶାନ୍ତନୁ କଭରେଜ୍‌ କରୁଥିବେ ବେଳେ ଦୁର୍ବୃତ୍ତମାନେ ତାଙ୍କୁ ପଛପଟୁ ଆକ୍ରମଣ କରି ଅପହରଣ କରି ନେଇଥିଲେ। ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳିଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରିରେ ଆଘାତ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅଗରତାଲା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ସିସିଟିଭିରେ କଏଦ ମହିଳା ସାମ୍ବାଦିକଙ୍କ ହତ୍ୟାର ଦୃଶ୍ୟ : ତଦନ୍ତ କରିବ ଏସଆଇଟି

ସୂଚନାଯୋଗ୍ୟ କର୍ଣ୍ଣାଟକର ଜଣାଶୁଣା ମହିଳା ସାମ୍ବାଦିକ ଗୌରୀ ଲଙ୍କେଶଙ୍କୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରେ ଗତ ୫ ତାରିଖ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ମୌଳବାଦ ହିନ୍ଦୁ ସଙ୍ଗଠନଗୁଡ଼ିକର ଦୃଢ଼ ସମାଲୋଚକ ଥିଲେ। ସେହିପରି ଗତ ୮ ତାରିଖରେ ମୁମ୍ବାଇରେ ଦୁଇ ଜଣ ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ ଏକ ହୋଟେଲର ସୁରକ୍ଷା କର୍ମୀ ମାଡ ମାରି ଲହୁଲୁହାଣ କରିଦେଇଥିଲେ। ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜକୁନ୍ଦ୍ରା ହୋଟେଲରୁ ଫେରୁଥିବା ବେଳେ ଫଟୋ ସାମ୍ବାଦିକମାନେ ଉଭୟଙ୍କ ଫଟୋ ଉଠାଇଥିଲେ। ଶିଳ୍ପା ଓ ରାଜ ଚାଲିଯିବା ପରେ, ସାମ୍ବାଦିକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ହୋଟେଲର ସୁରକ୍ଷାକର୍ମୀ।

ଆହୁରି ପଢ଼ନ୍ତୁ: ପୁଣି ଟାର୍ଗେଟ୍‌ରେ ସାମ୍ବାଦିକ: ହୋଟେଲ ସୁରକ୍ଷାକର୍ମଙ୍କ ମାଡ଼ରେ ଦୁଇ ଆହତ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos