୧୯୮୪ ଶିଖ୍ ଦଙ୍ଗା ମାମଲାର ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଖାନ୍ନା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓହରି ଯାଇଛନ୍ତି। ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଆଗତ ଆବେଦନର ଶୁଣାଣି ହେବାର ଥିଲା। ଯେଉଁ ଖଣ୍ଡପୀଠ ଏହାର ଶୁଣାଣି କରିଥାଆନ୍ତେ, ସେଥିରେ ଜଷ୍ଟିସ୍‌ […]

sa

sa

Hemant Lenka
  • Published: Monday, 25 February 2019
  • Updated: 25 February 2019, 06:51 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓହରି ଯାଇଛନ୍ତି।

ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଏହା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଆଗତ ଆବେଦନର ଶୁଣାଣି ହେବାର ଥିଲା। ଯେଉଁ ଖଣ୍ଡପୀଠ ଏହାର ଶୁଣାଣି କରିଥାଆନ୍ତେ, ସେଥିରେ ଜଷ୍ଟିସ୍‌ ଖାନ୍ନା ମଧ୍ୟ ରହିଥିଲେ। ତେବେ ସେ ଶୁଣାଣି ପୂର୍ବରୁ ନିଜ ଆଡ଼ୁ ଏହି ମାମଲାରୁ ଓହରି ଯାଇଛନ୍ତି।

୨୦୧୫ରେ ଜଷ୍ଟିସ୍‌ ଖାନ୍ନା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ସଜ୍ଜନ କୁମାରଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିଲେ। ଏବେ ସେ ପୁଣି ଏହା ଉପରେ ଶୁଣାଣି କରିବା ଠିକ୍‌ ନୁହେଁ ବୋଲି ଚିନ୍ତା କରି ଏଥିରୁ ଓହରି ଯାଇଛନ୍ତି।

ସଜ୍ଜନ କୁମାରଙ୍କ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ନୂଆ ଖଣ୍ଡପୀଠରେ ହେବ। ଏନେଇ ଖୁବ୍‌ଶୀଘ୍ର ଖଣ୍ଡପୀଠ ଗଠନ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos