ନିଜାମ ନଗରୀରେ ବିଜେପିର ଧମାକାଦାର ଏଣ୍ଟ୍ରୀ

ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସକ୍ଷମ ହୋଇଛି ବିଜେପି। ଯଦିଓ ମେୟର ପଦ ଦଖଲ କରିବାରେ ବିଜେପି ସକ୍ଷମ ହୋଇନାହିଁ, କିନ୍ତୁ ଗ୍ରେଟର ହାଇଦ୍ରାବାଦ ପୌର ନିର୍ବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଜଳକା କରି ଦେଇଛି। ଗତଥର ପୌର ନିର୍ବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନରେ ବିଜୟ ବାନା ଉଡ଼ାଇଛି। ଏଥିସହ ଦଳ ଏଠାରେ ୩ନଂ ସ୍ଥାନରୁ ୨ୟରେ ପହଞ୍ଚି ଯାଇଛି। ତେବେ […]

fg

fg

Hemant Lenka
  • Published: Friday, 04 December 2020
  • Updated: 04 December 2020, 08:50 PM IST

Sports

Latest News

ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସକ୍ଷମ ହୋଇଛି ବିଜେପି। ଯଦିଓ ମେୟର ପଦ ଦଖଲ କରିବାରେ ବିଜେପି ସକ୍ଷମ ହୋଇନାହିଁ, କିନ୍ତୁ ଗ୍ରେଟର ହାଇଦ୍ରାବାଦ ପୌର ନିର୍ବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଜଳକା କରି ଦେଇଛି। ଗତଥର ପୌର ନିର୍ବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନରେ ବିଜୟ ବାନା ଉଡ଼ାଇଛି। ଏଥିସହ ଦଳ ଏଠାରେ ୩ନଂ ସ୍ଥାନରୁ ୨ୟରେ ପହଞ୍ଚି ଯାଇଛି।

ତେବେ ପୂର୍ବଭଳି କେସିଆରଙ୍କ ଟିଆରଏସ ୧ନଂ ସ୍ଥାନ ବଜାୟ ରଖିଛି। ଚଳିତ ବର୍ଷ କରୋନା ଯୋଗୁ ପେପର ବାଲଟରେ ଭୋଟିଂ ହୋଇଥିଲା। ନିର୍ବାଚନ ହୋଇଥିବା ୧୫୦ ଆସନରୁ କେସିଆରଙ୍କ ଟିଆରଏସ ୫୫ଟି ଆସନରେ ବାଜିମାତ କରି ଗ୍ରେଟର ହାଇଦ୍ରାବାଦକୁ ଦଖଲ କରିଛି। କିନ୍ତୁ ଗତଥର ତୁଳନାରେ ଏହା ଯଥେଷ୍ଟ କମ। ଦଳ ଏଠାରେ ଗତଥର ୯୯ଟି ଆସନରେ ଜିତିଥିଲା।

ଏଥର ପୌର ନିର୍ବାଚନକୁ ବିଜେପି ବେଶ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାର କରିଥିଲା। ଦଳ ଏଥର ଗ୍ରେଟର ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ଜିତିବା ପାଇଁ ସବୁ ବଳ ଓ କୌଶଳ ଲଗାଇଥିଲା। ଏପରି କି ଦଳର ପ୍ରାର୍ଥୀଙ୍କ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା, ଯୋଗୀ ଆଦିତ୍ୟନାଥ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସ୍ମୃତି ଇରାନୀ ପ୍ରମୁଖ ହାଇଦ୍ରାବାଦରେ ପ୍ରଚାର କରିଥିଲେ। ଏହାର ଲାଭ ମଧ୍ୟ ଦଳକୁ ମିଳିଛି। ଗତ ପୌର ମାତ୍ର ୪ଟି ଆସନ ଜିତିଥିବା ବିଜେପି ଏଥର ଅଧିକ ୪୫ଟି ଆସନ ଜିତିବାରେ ସକ୍ଷମ ହୋଇଛି।

ପୂର୍ବରୁ ଗ୍ରେଟର ହାଇଦ୍ରାବଦର ଅସାଦୁଦ୍ଦିନ ଓୱେସୀଙ୍କ ଗଡ଼ ବୋଲି କୁହାଯାଉ ଥିଲା। କିନ୍ତୁ ଏଠାରେ ବିଜେପି ୪୫ଟି ଆସନ ଜିତି ନୂଆ ଶକ୍ତି ଭାବେ ଉଭା ହୋଇଛି। ଓୱେସୀଙ୍କ ଏଆଇଏମଆଇଏ ଏଥର ୪୩ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

ଦେଶର ସର୍ବପୁରାତନ ଦଳ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ବିଧାନସଭା ପରି ଦଳ ପୌର ନିର୍ବାଚନରେ ବି ଚିତପଟାଙ୍ଗ ମାରିଛି। ଦଳ ଗତଥର ଭଳି ଏଥର ମଧ୍ୟ ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଦଳର ଏହି ନୈରାଶ୍ୟଜନକ ପ୍ରଦର୍ଶନ ପରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଉତ୍ତମ କୁମାର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ କେସିଆରଙ୍କ ଟିଆରଏସ ନିର୍ବାଚନ ବିଜୟୀ ହୋଇଥିଲେ ହେଁ ଗତଥର ଅପେକ୍ଷା ବହୁତ କମ ଆସନ ପାଇଛି। ଦଳ ଗତଥର ୯୯ଟି ଆସନ ଜିତିଥିଲା। କିନ୍ତୁ ଏଥର ଟିଆରଏସକୁ ୫୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅସାଦୁଦ୍ଦିନ ଓୱେସୀ ମଧ୍ୟ ଗତଥର ଅପେକ୍ଷା ଏଥର ଗୋଟିଏ ଆସନ କମ ଜିତିଛନ୍ତି। ଗତଥର ୪୪ଟି ଆସନ ଜିତିଥିବା ଏଆଇଏମଆଇଏମ ଏଥର ୪୩ଟି ଆସନ ଜିତିଛି।

ଆଜି ସକାଳୁ ୮ଟାରୁ ପୋଷ୍ଟାଲ ବାଲଟ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏଥିରେ ବିଜେପି ଏକଦା ୮୩ଟି ଆସନରେ ଲିଟ୍‌ କରିଥିଲା। ଦଳୀୟ ନେତା ଏହାକୁ ଦେଖି ଭାଗ୍ୟଦେବୀ ମନ୍ଦିରରୁ ବିଜେପିର ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଦମ୍ଭୋକ୍ତି କରିଥିଲେ। ହେଲେ ଗଣତି ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ଶେଷରେ ବିଜେପି ୪୯ଟି ଆସନ ଜିତିବରେ ସକ୍ଷମ ହୋଇଛି।

ଗ୍ରେଟର ହାଇଦ୍ରାବାଦ ପୌରପାଳିକା ହେଉଛି ଦେଶର ଅନ୍ୟତମ ବୃହତ୍ତମ ମ୍ୟୁନିସିପାଲିଟି। ଏହି ମ୍ୟୁନିସିପାଲିଟି କର୍ପୋରେସନ୍ ୪ଟି ଜିଲ୍ଲାକୁ ନେଇ ଗଠିତ ହୋଇଛି। ଏଥିରେ ହାଇଦ୍ରାବାଦ, ରଙ୍ଗାରେଡି, ମେଡଚାଲ୍-ମାଲକଜଗିରି ଓ ସାଙ୍ଗାରେଡି ଜିଲ୍ଲା ରହିଛି। ଏହି ଚାରୋଟି ଜିଲ୍ଲାର ୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ତେଲେଙ୍ଗାନାରେ ୫ଟି ଲୋକସଭା ଆସନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos