ଅଳ୍ପକେ ବଞ୍ଚିଗଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ: କାବୁଲ ବିମାନବନ୍ଦର ଉପରେ ୩୦ ରକେଟ୍‌ ମାଡ଼

କାବୁଲ: ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଜେମ୍‌ ମୋଟିସ୍‌। କହିବାକୁ ଗଲେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଛନ୍ତି। ତାଙ୍କୁ ଟାର୍ଗେଟ କରି ଆଫଗାନିସ୍ତାନର କାବୁଲ ବିମାନବନ୍ଦର ଉପରେ ହୋଇଛି ଆକ୍ରମଣ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୨୦ରୁ ୩୦ଟି ରକେଟ୍‌ ମାଡ଼ କରାଯାଇଛି। ଏହି ଆକ୍ରମଣ ପରେ ବିମାନବନ୍ଦରକୁ ବନ୍ଦ କରି ଦିଆଯିବା ସହ ସବୁ ଫ୍ଲାଇଟ୍‌ ରଦ୍ଦ କରିଦିଆଯାଇଛି। ଆଜି ଭାରତ ଗସ୍ତ ସାରି ଜେମ୍‌ ଆଫଗାନିସ୍ତାନରେ ପହଞ୍ଚିଛନ୍ତି। […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 09:34 AM IST

Sports

Latest News

କାବୁଲ: ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଜେମ୍‌ ମୋଟିସ୍‌। କହିବାକୁ ଗଲେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଛନ୍ତି। ତାଙ୍କୁ ଟାର୍ଗେଟ କରି ଆଫଗାନିସ୍ତାନର କାବୁଲ ବିମାନବନ୍ଦର ଉପରେ ହୋଇଛି ଆକ୍ରମଣ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୨୦ରୁ ୩୦ଟି ରକେଟ୍‌ ମାଡ଼ କରାଯାଇଛି। ଏହି ଆକ୍ରମଣ ପରେ ବିମାନବନ୍ଦରକୁ ବନ୍ଦ କରି ଦିଆଯିବା ସହ ସବୁ ଫ୍ଲାଇଟ୍‌ ରଦ୍ଦ କରିଦିଆଯାଇଛି।

ଆଜି ଭାରତ ଗସ୍ତ ସାରି ଜେମ୍‌ ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ଜେମ୍‌ କାବୁଲ ଏୟାରପୋର୍ଟରେ ପହଞ୍ଚିବାର କିଛି ସମୟ ପରେ ଏପରି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ ଏହି ବିମାନବନ୍ଦର ନିକଟରେ ନାଟୋର ବେସ୍‌ କ୍ୟାମ୍ପ ରହିଛି। ତେବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କି ନାଟୋ କାହାକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos